ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

୧୦୯୦ ଜଣଙ୍କୁ ମିଳିବ ପଦକ : ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

0

ନୂଆଦିଲ୍ଲୀ; ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ।

ଓଡିଶାର ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏସପି ରବିନ୍ଦ୍ର ପଣ୍ଡା ଏବଂ କମାଣ୍ତାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ। ୯ ଜଣଙ୍କ ଭିତରେ ଜଣେ ସବଇନ୍ସିପେକ୍ଟର, ଜଣେ କନେଷ୍ଟବଳ, ଦୁଇ ଜଣ ଓଏପିଏଫ, ଜଣେ ହାବିଲଦାର ଓ ୪ ଜଣ କମାଣ୍ଡୋ ଅଛନ୍ତି। ସେହିପରି ବିଶିଷ୍ଟ ସେବା ପାଇଁ ଦୁଇ ଜଣଙ୍କୁ ପଦକ ମିଳିବ। ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ରବୀନ୍ଦ୍ର କୁମାର ପଣ୍ଡା ଓ କମାଣ୍ଡାଣ୍ଟ ନରେଶ କୁମାର ପଟେଲଙ୍କୁ ବିଶିଷ୍ଟ ସେବା ପଦକ ମିଳିବ। ସେହିପରି ୧୧ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ। ମୋଟ ୨୩୩ ଜଣ କର୍ମଚାରୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ଏହି ମର୍ଯ୍ୟାଦାଜନକ ପଦକ ମିଳିବ। ଏମାନଙ୍କ ମଧ୍ୟରୁ ୨୨୬ ଜଣ ପୋଲିସ ସେବାରୁ ୬ ଜଣ ଅଗ୍ନିଶମ ସେବାରୁ ଏବଂ ଜଣେ ଗୃହରକ୍ଷୀ, ସିଭିଲ ଡିଫେନ୍ସ ରୁ ରହିଛନ୍ତି।

ଏହି ପଦକ ୯୯ ଜଣ କର୍ମଚାରୀଙ୍କୁ ସେମାନଙ୍କର ଅନୁକରଣୀୟ ଏବଂ ବିଶିଷ୍ଟ ସେବା ପାଇଁ ପ୍ରଦାନ କରାଯିବ। ପୋଲିସ ସେବାରୁ ୮୯ ଜଣ, ଅଗ୍ନିଶମ ସେବାରୁ ୫ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୩ ଜଣ ଏବଂ କରେକ୍ସନାଲ୍ ସେବାରୁ ୨ ଜଣ ଅନ୍ତର୍ଭୁକ୍ତ। ମୋଟ ୭୫୮ ଜଣ କର୍ମଚାରୀଙ୍କୁ ସେମାନଙ୍କର ପ୍ରଶଂସନୀୟ ଏବଂ ଗୁଣାତ୍ମକ ସେବା ପାଇଁ ମେରିଟୋରିଆସ୍ ସେବା ପାଇଁ ପଦକ ସହିତ ସମ୍ମାନିତ କରାଯିବ। ପୋଲିସ ସେବାରୁ ୬୩୫ଜଣ, ଅଗ୍ନିଶମ ସେବାରୁ ୫୧ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୪୧ ଜଣ ଏବଂ କରେକ୍ସନାଲ୍ ସେବାରୁ ୩୧ ଜଣଙ୍କୁ ସମ୍ମାନିତ କରାଯିବ।

Leave A Reply

Your email address will not be published.