ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସଂସଦରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ

0

ନୂଆଦିଲ୍ଲୀ: ସଂସଦରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ। ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସଂସଦୀୟ କମିଟି ଏ ନେଇ ପ୍ରସ୍ତାବ ଦେଇଛି। କମିଟିର ପ୍ରସ୍ତାବରେ ବାଚସ୍ପତି ସମ୍ମତି ଜଣାଇଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ୩ ରଥର ଚକକୁ ସଂସଦରେ ଏକ ସ୍ବତନ୍ତ୍ର ସ୍ଥାନରେ ସମ୍ମାନର ସହ ସ୍ଥାନିତ କରାଯିବ ବୋଲି କୁହାଯାଇଛି।

ନନ୍ଦିଘୋଷ, ଦେବଦଳନ, ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକା ନୂଆଦିଲ୍ଲୀସ୍ଥିତ ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ସ୍ଥାନ ପାଇବ। ଲୋକସଭାର ବାଚସ୍ପତି ଓମ୍ ଵିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ପୁର୍ବରୁ ରଥ ଚକକୁ ଓଡ଼ିଶା ବିଧାନସଭା ପରିସର ଓ ରାଜ୍ୟ ଅତିଥି ଭବନ ପରିସରରେ ରଖାଯାଇଛି।

Leave A Reply

Your email address will not be published.