ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ତିନି ଦିନିଆ ‘ସେମିକନ୍‌ ୨୦୨୫’ ସମ୍ମିଳନୀକୁ ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୋଦିଙ୍କୁ ଭାରତରେ ନିର୍ମିତି ପ୍ରଥମ ଚିପ୍ସ ପ୍ରଦାନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଜିତିନ ପ୍ରସାଦ ଉପସ୍ଥିତ ଥିଲେ।

ଭାରତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ବଡ ଉପଲବ୍ଧି ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନର ସେମିକଣ୍ଡକ୍ଟର ପ୍ରୟୋଗଶାଳା ଦ୍ବାରା ବିକଶିତ ‘ବିକ୍ରମ’ ହେଉଛି ଦେଶର ପ୍ରଥମ ସମ୍ପୂର୍ଣ୍ଣ ସ୍ବଦେଶୀ ୩୨-ବିଟ୍ ମାଇକ୍ରୋପ୍ରୋସେସର ଯାହାକି ଜଟିଳ ପାଣିପାଗ ପରିସ୍ଥିତିରେ ଲଞ୍ଚ ଯାନରେ ବ୍ୟବହାର ପାଇଁ ପ୍ରମାଣିତ। ଏହା ସହିତ, ଚିପ୍ସ-ଟୁ-ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରମାନଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଅନ୍ୟ ୨୮ ଟି ଚିପ୍ସକୁ ମୋହାଲି ସେମିକଣ୍ଡକ୍ଟର ହବ୍‌ରେ ତିଆରି ଏବଂ ପ୍ୟାକେଜ କରାଯାଇଛି।

ଏହି ଅବସରରେ ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଚିନ୍ତାଧାରା ସହ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ ଆରମ୍ଭ ହୋଇଥିଲା। ମାତ୍ର ସାଢେ ୩ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଆଜି ଭାରତରେ ପାଞ୍ଚଟି ସେମିକଣ୍ଡକ୍ଟର ୟୁନିଟ୍ ଉପରେ କାମ ଦ୍ରୁତ ଗତିରେ ଚାଲିଛି। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ହସ୍ତାନ୍ତର କରିବା ଏହି ଯାତ୍ରାରେ ଏକ ବଡ଼ ସଫଳତା ଏବଂ ଆଗାମୀ ସମୟରେ ଭାରତ ଏହି କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ।
ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି, ଯାହା ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ୪୮ ରୁ ଅଧିକ ଦେଶରୁ ପ୍ରାୟ ୨,୫୦୦ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।

Leave A Reply

Your email address will not be published.