ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ

0

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବଡ଼ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତଥା ସିଗମା ଗ୍ୟାଙ୍ଗର ୪ଜଣ ଅପରାଧୀ ନିହତ ହୋଇଛନ୍ତି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସ ରୋହିଣୀରେ ୪ଜଣ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର କରିଛନ୍ତି। ଦୀର୍ଘ ଦିନ ହେବ ପୁଲିସ ଟାର୍ଗେଟରେ ଏମାନେ ସବୁ ରହିଥିଲେ।

ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ମିଳିତ ଭାବେ ଅପରେଶନକୁ ସଫଳ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆ Xରେ ଏନ୍‌କାଉଣ୍ଟରର ଏକ ଭିଜୁଆଲ ଜାରି କରାଯାଇଛି। ବିଳମ୍ବିତ ରାତିରେ ୪ଜଣ ଅଭିଯୁକ୍ତ ଏବଂ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଏବଂ ବିହାର ପୋଲିସ ଟିମ୍‌ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ପୋଲିସ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଫଳରେ ପୋଲିସ ଗୁଳିରେ ୪ ଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀ ପୁଲିସ କହିଛି ଯେ, ରଞ୍ଜନ ପାଠକ, ବିମଲେଶ ମେହତା, ମନୀଷ ପାଠକ ଏବଂ ଅମନ ଠାକୁର ନିହତ ହୋଇଛନ୍ତି। ରଞ୍ଜନ ପାଠକ, ବିମଲେଶ ମହତୋ ଏବଂ ମନୀଷ ପାଠକ ବିହାରର ସୀତାମାଢିର ବାସିନ୍ଦା ଥିଲେ ଏବଂ ଅମନ ଠାକୁର ଦିଲ୍ଲୀର କରାୱାଲ ନଗରର ବାସିନ୍ଦା ବୋଲି ଜଣାପଡିଛି।

Leave A Reply

Your email address will not be published.