ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଅଭିନେତା ସତୀଶ ଶାହଙ୍କ ପରଲୋକ

0

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ଦୀର୍ଘଦିନ ହେବ ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଏପରିକି ତାଙ୍କର କିଡ୍‌ନୀ ପ୍ରତିରୋପଣ ବି କରାଯାଇଥିଲା। ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ସତୀଶ ୪ ଦଶନ୍ଧି ଧରି ଅଭିନୟ ଜଗତରେ ସକ୍ରିୟ ରହିଥିଲେ। ସେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ‘ହମ୍‌ ସାଥ ସାଥ ହେଁ’, ‘ମେଁ ହୁଁ ନା’, ‘କଲ ହୋ ନା ହୋ’, ‘କଭି ହାଁ କଭି ନାଁ’, ‘ଡିଡିଏଳ’ ଏବଂ ‘ଓମ ଶାନ୍ତି ଓମ’ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। କେବଳ ବଲିଉହ ନୁହଁ, ଟେଲିଭିଜନ ଜଗତରେ ବି ସେ ନିଜର ପରାକାଷ୍ଠା ପ୍ରତିପାଦନ କରିଥିଲେ।

‘ସାରାଭାଇ ଭର୍ସେସ ସାରାଭାଇ’, ‘ଜାନେ ଭି​‌ ଦୋ ୟାରୋ’ ଏବଂ ‘ମେ ହୁଁ ନା’ ଭଳି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ସତୀଶଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସ୍ପଷ୍ଟ କରିଛନ୍ତି। ଆସନ୍ତା ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.