ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ହରିୟାଣା: ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ହରିୟାଣାର ଅମ୍ବାଲା ଯାତ୍ରା କରିବେ, ଯେଉଁଠାରେ ସେ ଏକ ରାଫେଲ ଉଡ଼ାଣ ଭରିବେ।”

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ୮ ଜୁନ୍ ୨୦୦୬ ମସିହାରେ ଏବଂ ପ୍ରତିଭା ପାଟିଲ ୨୫ ନଭେମ୍ବର ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଘାଟିରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଇଥିଲେ। ୮ ଏପ୍ରିଲ୍ ୨୦୨୩ରେ ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ବାୟୁସେନା ଘାଟିରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଣ କରିବାରେ ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରମୁଖ୍ୟ ହେବେ।

Leave A Reply

Your email address will not be published.