ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ଖୁବଶୀଘ୍ର ଲାଗୁ ହେବ ୱାନ୍‌ ନେସନ ୱାନ୍‌ ପୁଲିସ ୟୁନିଫର୍ମ ପଲିସି

0

ନୂଆ ଦିଲ୍ଲୀ: ଖୁବଶୀଘ୍ର ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ପଲିସି ଆପଣେଇବ ସାରା ଦେଶ। ଦେଶରେ ଏଣିକି ଲାଗୁ ହେବ ପୋଲିସମାନଙ୍କ ଗୋଟିଏ ପ୍ରକାରର ୟୁନିଫର୍ମ। ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ। ଭିନ୍ନ ଭିନ୍ନ ରାଜ୍ୟରେ ଆଉ ଭିନ୍ନ ଭିନ୍ନ ୟୁନିଫର୍ମ ରହିବ ନାହିଁ। ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପୁଲିସ କର୍ମଚାରୀଙ୍କ ଭିନ୍ନ ଭିନ୍ନ ପୋଷାକ ରହିଥିବାରୁ ଏହାକୁ ବଦଳାଇ ଗୋଟିଏ ପ୍ରକାର ପୋଷାକ ପରିଧାନ ପାଇଁ ବ୍ୟବସ୍ଥା କରାଯିବ। ଏନେଇ ଓଡ଼ିଶା ସମେତ ୧୬ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।

ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ୍‌, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି କରିଛି। ନଭେମ୍ବର ୪ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରର ଚିଠି ପରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ୍‌ ରୁମ୍ ନିର୍ଦ୍ଦେଶ ଦେଇଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, MHA କନଷ୍ଟେବଳ ପଦଠାରୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ପର୍ଯ୍ୟନ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତଥ୍ୟ ମାଗିଛି। ଏହା ୧୬ଟି ରାଜ୍ୟର ପୋଲିସ ଡିଜିଙ୍କଠାରୁ ପୋଲିସ କର୍ମଚାରୀଙ୍କୁ ବର୍ତ୍ତମାନ ମଞ୍ଜୁର କରାଯାଇଥିବା ବାର୍ଷିକ ୟୁନିଫର୍ମ ଭତ୍ତା, ପଦବୀ ଅନୁଯାୟୀ ଓ ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ୟୁନିଫର୍ମର ଆନୁମାନିକ ମୂଲ୍ୟ ସମ୍ପର୍କରେ ବିବରଣୀ ମାଗିଛି।

MHAର ନିର୍ଦ୍ଦେଶ ପରେ, ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୋଲିସ ମୁଖ୍ୟାଳୟ ବିଳମ୍ବ ନକରି ଆବଶ୍ୟକୀୟ ସୂଚନା ସଂଗ୍ରହ ଏବଂ ପଠାଇବାକୁ ନିର୍ଦ୍ଦେଶ ଦେଇଛି। ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କ’ଣ ପୋଷାକ ପିନ୍ଧୁଛନ୍ତି ସେ ସମ୍ପର୍କରେ ତଥ୍ୟ ମଗାଯାଇଛି। ଏଥିସହ ପୋଷକର ଦାମର ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି। ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ନଭେମ୍ବର ୪ ତାରିଖ ସୁଦ୍ଧା ଆବଶ୍ୟକୀୟ ସୂଚନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରର ଚିଠି ପରେ ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୋଲିସ ହେଡକ୍ୱାର୍ଟରକୁ ଆବଶ୍ୟକୀୟ ବିବରଣୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.