ପ୍ରମୁଖ ଖବର

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

ଲୌହ ମାନବଙ୍କ ୧୫୦ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

0

ଗୁଜରାଟ: ଆଜି ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ। ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍‌ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଲୌହମାନବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ସ୍ବାଧୀନତା ପରେ ୫୬୨ଟି ଗଡ଼ଜାତ ରାଜ୍ୟର ଏକୀକରଣରେ ସେ ଐତିହାସିକ ଭୂମିକା ଗ୍ରହଣ କରିଥିଲେ ଏବଂ ସ୍ବାଧୀନ ଭାରତର ଏକତାର ମୂଳଦୁଆ ସ୍ଥାପନ କରିଥିଲେ।

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି। ଗୁଜୁରାଟର କେୱାଡିଆରେ ଆୟୋଜିତ ଏକତା ଦିବସ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଦେଶରେ ଏକତା ବଜାୟ ରଖିବାକୁ ଶପଥ ପାଠ କରାଇଛନ୍ତି ମୋଦୀ। ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ପଟେଲଙ୍କ ଅମୂଲ୍ୟ ଯୋଗଦାନକୁ ରାଷ୍ଟ୍ରୀୟ ଏକତା ଦିବସ ସମ୍ମାନ ଜଣାଇଛନ୍ତି ମୋଦୀ।

ଏହି ଏକତା ଦିବସରେ ପ୍ରଥମେ ଏକତା ପରେଡ, ସ୍କୁଲ ବ୍ୟାଣ୍ଡର ପ୍ରସ୍ତୁତି, ବ୍ରାସ୍‌ ବ୍ୟାଣ୍ଡ ପ୍ରଦର୍ଶନ, ଭାରତୀୟ ବାୟୁସେନା ଦ୍ୱାରା ଏୟାର ଶୋ, ଘୋଡା, ଶ୍ୱାନ ଏବଂ ଓଟ ସୈନ୍ୟଦଳ, ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଉପରେ ଆଧାରିତ ଏକ ନାଟ୍ୟ ପ୍ରସ୍ତୁତି କରାଯାଇଛି। ପରେ ମହିଳା କଳାକାରଙ୍କ ଦ୍ୱାରା ପ୍ରଦର୍ଶନ, ବିଏସଏଫ ଡଗ୍‌ ଶୋ, ଏକତା ପ୍ରକାଶ ଉତ୍ସବର ଆୟୋଜନ। ଡେୟାରଡେଭିଲ ରାଇଡର୍ସର ପ୍ରଦର୍ଶନ, ଭାରତ ପର୍ବ ଅନ୍ତର୍ଗତ ୧ରୁ ୧୫ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟସ୍ତରରେ ପ୍ରଦର୍ଶନ କରାଯିବ।

Leave A Reply

Your email address will not be published.