ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଏସଆଇ ପରୀକ୍ଷା ସ୍କାମ, ସିଲିକନ୍ ଟେକଲ୍ୟାବ ମାଲିକ ଗିରଫ

0

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍। ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକଙ୍କୁ ଆଜି କଟକ କ୍ରାଇମବ୍ରାଞ୍ଚ ଗିରଫ କରିଛି। କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶକୁ ସାମ୍ନାସାମ୍ନି ଜେରା କରୁଛି। ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡରୁ ଧରାହୋଇ ଭୁବନେଶ୍ବର ଓ ପରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି। ଧରାପଡିବା ପରେ ନିଜର କିଛି ଦୋଷ ନଥିବା କହିଛି ଶଙ୍କର। ତାକୁ ଗିରଫ କରାଯାଇନି ବରଂ ସେ ଆତ୍ମସମର୍ପଣ କରିଥିବା ଦାବି କରିଛି। ଶଙ୍କର କହିଛି ଯେ ମୁଁ ଲୁଚି ନଥିଲି। ଆଇନ ପ୍ରକ୍ରିୟାକୁ ସମ୍ମୁଖୀନ ହେଉଥିଲି। ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲି। ମୋତେ ସମୟ ଦିଆଯାଇଥିଲା, ମାସକ ପରେ ହାଜର ହୋଇଥାଆନ୍ତି।

ଏହା ସହ ସେ ପୂର୍ବ ସରକାରରେ ହଜା‌ରେ କୋଟିର ଡିଲ୍‌ ହୋଇଥିବା କାଲି ତାର ବୟାନ ରେ କହିଛି। ଆଉ ଖୁବ୍‌ଶୀଘ୍ର ସବୁ ଗୁମର ଖୋଲି। ସରକାରଙ୍କୁ ସବୁ ତଥ୍ୟ ଦେବି ବୋଲି ସେ କ୍ରାଇବ୍ରାଞ୍ଚକୁ କହିଛି। ଶଙ୍କରର ଏହି ଚାଞ୍ଚଲ୍ୟକର ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ମଧ୍ୟ ହୋଇଛି। ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ଶଙ୍କରର ବୟାନକୁ ରାଜନୈତିକ ମହଲରେ ଗୁରୁତ୍ବର ସହ ନିଆଯାଉଛି।

Leave A Reply

Your email address will not be published.