ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିଶ୍ୱ ବିଜେତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ବିଶ୍ଵକପ ସହିତ ଫଟୋ ଉଠାଇଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଆଇସିସି ମହିଳା ଦିନିକିଆ ବିଶ୍ଵକପ ଚମ୍ପିଆନ ଟିମ ଇଣ୍ଡିଆର ଖେଳାଳିମାନେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ବାସଭବନରେ ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ଚାମ୍ପିଅନ୍ ଆଥଲେଟ୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ତଥା ସେମାନଙ୍କ ସଫଳତାର କାହାଣୀ ଶୁଣିବାର ପରମ୍ପରା ବଜାୟ ରଖି ମୋଦି ଅଧିନାୟିକା ହରମନପ୍ରୀତ କୌର ଏବଂ ସମଗ୍ର ଦଳକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ‘୭, ଲୋକ କଲ୍ୟାଣ ମାର୍ଗ’ରେ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା।

ପ୍ରଧାନମନ୍ତ୍ରୀ ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟ ଅବସରରେ ଝିଅମାନେ ପ୍ରଦର୍ଶନ କରିଥିବା କ୍ରୀଡ଼ା ମନୋଭାବ, ସଂଘର୍ଷର ପ୍ରଶଂସା କରିଥିଲେ ମୋଦୀ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତୀୟ ମହିଳା ଦଳ ପ୍ରାରମ୍ଭିକ ପରାଜୟ ଏବଂ ସାମାଜିକ ଗଣମାଧ୍ୟମରେ ସମାଲୋଚନା ସତ୍ବେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି। ଏହା ପ୍ରତି ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।

ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଗତ ରବିବାର ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଥିଲେ।

Leave A Reply

Your email address will not be published.