ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବିଶ୍ୱ ବିଜେତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ବିଶ୍ଵକପ ସହିତ ଫଟୋ ଉଠାଇଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଆଇସିସି ମହିଳା ଦିନିକିଆ ବିଶ୍ଵକପ ଚମ୍ପିଆନ ଟିମ ଇଣ୍ଡିଆର ଖେଳାଳିମାନେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ବାସଭବନରେ ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ଚାମ୍ପିଅନ୍ ଆଥଲେଟ୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ତଥା ସେମାନଙ୍କ ସଫଳତାର କାହାଣୀ ଶୁଣିବାର ପରମ୍ପରା ବଜାୟ ରଖି ମୋଦି ଅଧିନାୟିକା ହରମନପ୍ରୀତ କୌର ଏବଂ ସମଗ୍ର ଦଳକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ‘୭, ଲୋକ କଲ୍ୟାଣ ମାର୍ଗ’ରେ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା।

ପ୍ରଧାନମନ୍ତ୍ରୀ ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟ ଅବସରରେ ଝିଅମାନେ ପ୍ରଦର୍ଶନ କରିଥିବା କ୍ରୀଡ଼ା ମନୋଭାବ, ସଂଘର୍ଷର ପ୍ରଶଂସା କରିଥିଲେ ମୋଦୀ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତୀୟ ମହିଳା ଦଳ ପ୍ରାରମ୍ଭିକ ପରାଜୟ ଏବଂ ସାମାଜିକ ଗଣମାଧ୍ୟମରେ ସମାଲୋଚନା ସତ୍ବେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି। ଏହା ପ୍ରତି ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।

ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଗତ ରବିବାର ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଥିଲେ।

Leave A Reply

Your email address will not be published.