ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ

0

ଭୁବନେଶ୍ୱର: ଭୁବନେଶ୍ୱରର ଜନତା ମୈଦାନରେ ଆଜି ଉଦ୍ଘାଟିତ ହେଲା ୮୪ତମ ଭାରତୀୟ ସଡକ କଂଗ୍ରେସ। କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରି ଏହାର ଉଦ୍ଘାଟନ କରିଛନ୍ତି। ନଭେମ୍ବର ୬ରୁ ୧୦ ପର୍ଯ୍ୟନ୍ତ ଚାଲିବ। ଏହି ପଞ୍ଚଦିନିଆ କଂଗ୍ରେସରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୩,୫୦୦ ଇଞ୍ଜିନିୟର, ବିଜ୍ଞାନୀ, ଅଧିକାରୀ ଓ ଶିକ୍ଷାବିଦ୍ ଯୋଗଦେଇଛନ୍ତି।

ଦଶବର୍ଷ ପରେ ପୁଣିଥରେ ଓଡ଼ିଶା ଏହି ଗୌରବମୟ କଂଗ୍ରେସକୁ ଆୟୋଜନ କରୁଛି। ୧୯ଟି ପ୍ରାୟୋଗିକ ସେସନ୍‌ରେ ରାସ୍ତା ନିର୍ମାଣ, ସୁରକ୍ଷା, ରଖଣାବେକାଣ, ନବୀନ ପ୍ରଯୁକ୍ତି ଓ ନୀତି ନିର୍ଦ୍ଦେଶନୀୟ ମାମଲା ଉପରେ ଆଲୋଚନା ହୋଇଛି। ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୧୦ ବର୍ଷ ପରେ ଇଣ୍ଡିଆନ ରୋଡ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି। ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓ ବିକଶିତ ରାଜ୍ୟ ଗଢିବାକୁ ଏହି କାର୍ଯ୍ୟକ୍ରମ ବେଶ୍‌ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.