ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି

0

ଝାଡ଼ଖଣ୍ଡ: ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଝାଡ଼ଖଣ୍ଡରେ ପୋଲିସ ବାହିନୀର ମୁଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କୁ ନଭେମ୍ବର ୬ ତାରିଖରେ ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତି ଦିଆଯାଇଛି।

୧୯୯୦ ବ୍ୟାଚ ଅଫିସର ଅନୁରାଗ ଗୁପ୍ତାଙ୍କୁ ଗତ ବର୍ଷ ନଭେମ୍ବରରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଝାଡ଼ଖଣ୍ଡ ଡିଜିପି ପଦବୀରୁ ହଟାଇ ଦେଇଥିଲେ। କିନ୍ତୁ ହେମନ୍ତ ସୋରେନ ସରକାରଙ୍କ ସମୟରେ ଫେବୃଆରୀ ୩ ରେ ପୁନର୍ବାର ସେ ଏହି ପଦବୀରେ ନିଯୁକ୍ତ ପାଇଥିଲେ। କେନ୍ଦ୍ର ସରକାରଙ୍କ ଚିଠି ସତ୍ତ୍ୱେ ସେ ସାତ ମାସ ଧରି ଝାଡ଼ଖଣ୍ଡ ଡିଜିପି ଭାବରେ କାର୍ଯ୍ୟରତ ଥିଲେ। ତେବେ ଅନୁରାଗ ଗୁପ୍ତାଙ୍କ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କୁ ଏହି ନିଯୁକ୍ତି ମିଳିଥିବା ନେଇ ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୨୫ ମସିହା ନଭେମ୍ବର ୬ରେ ସେ ଅବସର ନେଇଛନ୍ତି।

ଅପରପକ୍ଷରେ ଓଡ଼ିଶାର ଏକ ପରିବାରରେ ଜନ୍ମଗ୍ରହଣ କରିଥିବା ତଦାଶା ମିଶ୍ର ୧୯୯୪ ମସିହାରେ ବିହାର କ୍ୟାଡର ଅଧୀନରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ତାଙ୍କୁ ଝାଡ଼ଖଣ୍ଡରେ ନିଯୁକ୍ତ କରାଯାଇଥିଲା। ସେ ପୂର୍ବରୁ ରେଳବାଇର ଅତିରିକ୍ତ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.