ନ୍ୟୁଜ୍ ବ୍ୟୁରୋ: ଆଣ୍ଡାମାନ ଓ ନିକୋବରରେ ଭୂମିକମ୍ପ। ୫.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆଣ୍ଡାମାନ ଉପକୂଳରେ ରବିବାର ମଧ୍ୟାହ୍ଣରେ ଅନୁଭୂତ ହୋଇଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଜାରି କରିଛି । ଆଜି ମଧ୍ୟାହ୍ନ ୧୨:୬ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି।
ସୂଚନାନୁସାରେ ସମୁଦ୍ର ପତନ ଠାରୁ ୯୦କିମି ଭିତରେ ଭୂମିକମ୍ପର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତିବ୍ରତା ୫.୪ ମପାଯାଇଛି । ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଆଣ୍ଡାମାନ ନିକୋବରରେ ସଂଗଠିତ ହୋଇଥିବା ଭୂମିକମ୍ପର କେନ୍ଦ୍ରବିନ୍ଦୁ ଆଣ୍ଡାମାନ ସାଗରରେ ରହିଛି। ୫.୪ ତୀବ୍ରତା ବିଶିଷ୍ଟ ଭୂକମ୍ପର ଝଟକା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅନୁଭୂତ ହୋଇଛି। ଏହା ଭୂମିକମ୍ପ ଦ୍ବାରା ଧନଜୀବନ ହାନି ତଥା କୌଣସି କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ବୋଲି ଅଧିକାରୀ କହିଛନ୍ତି। ଭୂମିକମ୍ପ ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନକୁ ସୁନାମୀ ଆଲର୍ଟ ଜାରି କରାଯାଇନାହିଁ।
ପ୍ରମୁଖ ଖବର
ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍