ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ

0

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖାଯାଇଛି। ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ ଜବତ ସହିତ ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ। ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସମୟରେ ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଏଥିରେ ଆଡିସନାଲ ଏସପିଙ୍କ ସହ ୨ ଜଣ କନେଷ୍ଟବଳ ଆହତ ହୋଇଛନ୍ତି। ୧୦ ରୁ ଅଧିକ ବାଂଲାଦେଶୀ ଘଟଣା ସ୍ଥଳରୁ ଫେରାର ମାରିଥିବା ପୋଲିସ କହିଛି।

ଭଡା ଘରେ ୩୦ରୁ ଅଧିକ ବାଂଲାଦେଶୀ ରହୁଥିବା ସୂଚନା ମିଳିଛି। ବନ୍ଦ ଘର ଗୁଡିକର ତାଲା ଭଙ୍ଗାଯାଇ ଚଢାଉ କରାଯାଉଛି। ପୋଲିସ ଘଟଣାସ୍ଥଳରେ ତନାଘନା ଚଳାଇଥିବା ବେଳେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

Leave A Reply

Your email address will not be published.