ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

0

ନ୍ୟୁଜ୍ ବ୍ୟୁରୋ: ୨ ଦଫା ଦାବି ନେଇ ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ। ନଭେମ୍ବର ୩୦ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଡିସେମ୍ବର ୧ରୁ ରାଜରାସ୍ତାରେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିପାଇଁ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଯାହା ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ମୂଳ ପଦବୀକୁ ଉନ୍ନୀତ କରି ୪୨୦୦ ଗ୍ରେଡ୍‌ ପେ’ ପ୍ରଦାନ, ୨୦୦୧ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ନୋଶନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଦାବି ପୂରଣ ପାଇଁ ମହାସଂଘ ଏହି ନିଷ୍ପତ୍ତି ନେଇଛି। ପ୍ରାଥମିକ ଶିକ୍ଷକ ସରକାରଙ୍କ ଆର୍‌ଟିଇ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ ସଚେତନତା, କିଶୋରୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ସହିତ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟକ୍ରମର ଅନୁପାଳନ କରୁଛନ୍ତି। ହେଲେ ସେମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ମହାସଂଘ ଅଭିଯୋଗ କରିଛି। ବୈଠକରେ ଓପିଟିଏ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଓଇବିଟିଏଫ ସଭାପତି ଅଜୟ କୁମାର ଧଳ, ଏଓପିଟିଏ ସଭାପତି ସୁଶାନ୍ତ ବେହେରା, ଓଇଟିଏ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, ଲେଭଲ ଭି-ଏ ଆବାହକ ସୁବ୍ରତ କୁମାର ଧଳ, ଅଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.