ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର

0

ନ୍ୟୁଜ୍ ବ୍ୟୁରୋ: ଚନ୍ଦନପୁରର ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗ। ମାଲିକ ସଞ୍ଜୟ ଦାସଙ୍କ ଠାରୁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ଦେଢ଼ କିଲୋରୁ ଉର୍ଦ୍ଧ୍ୱ ସୁନା ସହ ୩୦ କିଲୋ ରୂପା ଦୁର୍ବୃତ୍ତ ମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ବାଇକରେ ଆସି ବନ୍ଧୁକ ଦେଖାଇ ଗହଣା ଦୋକାନ ମାଲିକଙ୍କ ଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ।

ଜୁଏଲାରୀ ମାଲିକ ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟ୍ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି। ଜୁଏଲାରୀ ମାଲିକଙ୍କ ସହ ତାଙ୍କ ଶାଳକ ଓ ଜଣେ କର୍ମଚାରୀ ଏକ କାରରେ ତିନୋଟି ବ୍ୟାଗରେ ସତ୍ୟବାଦୀ ICICI ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରି ଅଳଙ୍କାର ଗୁଡିକୁ କଟକରେ ହାଲମାର୍କ କରିବାକୁ ଯାଉଥିଲେ। ଏହି ସମୟରେ ସମଜାଜପୁର ଓଭରବ୍ରିଜ୍ ନିକଟରେ ଦୁର୍ବୃତ୍ତ ମାନେ କାରକୁ ଅଟକାଇ ବନ୍ଧୁକ ଦେଖାଇ ଦୁଇଟି ବ୍ୟାଗ ଲୁଟ୍ କରିଥିବା ସୂଚନା ରହିଛି।

Leave A Reply

Your email address will not be published.