ପ୍ରମୁଖ ଖବର

୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି : ଉଚ୍ଚଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ। ଖାଲି ପଡିଛି ୧୪୩୦ ପଦବୀ। ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି। ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତି ମାନଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବି ସରିଛି। ସେପଟେ ସରକାରୀ ମହାବିଦ୍ୟାଳୟରେ ୫୬୬ ଅଧ୍ୟାପକ ପଦବୀ ଖାଲି ପଡିଛି। ୩୮୫ ପଦବୀ ପାଇଁ ଓପିଏସସି ବିଜ୍ଞାପନ ଜାରି କରିଥିଲେ। ତାହାର ଚୟନ ପ୍ରକ୍ରିୟା ଜାରି ଅଛି। ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରିଛନ୍ତି।
ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୦୦ ଅଧ୍ୟାପକ ଡେପୁଟେସନ ଆକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାମ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

Leave A Reply

Your email address will not be published.