ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବଢ଼ିଲା ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନଙ୍କ ଦରମା

0

ଭୁବନେଶ୍ବର: ମଙ୍ଗଳବାର ବିଧାନସଭାରେ ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର ବୃଦ୍ଧିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନଙ୍କର ଦରମା-ଭତ୍ତା ଓ ପେନସନରେ ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି ହୋଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳରେ ୯୮ ହଜାରକୁ ବୃଦ୍ଧି ପାଇଥିବାବେଳେ ଉପବାଚସ୍ପତିଙ୍କ ଦରମା ୩୮ ହଜାରରୁ ୯୪ ହଜାରରୁ ବଢ଼ିଛି। ପୂର୍ବରୁ ବାଚସ୍ପତି ୪୦ ହଜାର ୫୦୦ ଟଙ୍କା ଦରମା ବାବଦରେ ପାଉଥିଲେ। ଏବେ ତାଙ୍କୁ ୯୮ ହଜାର ଟଙ୍କା ମିଳିବ। ବୈଠକ ଭତ୍ତା ୮୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ମିଳିବ।

ସେହିପରି କାର ଭତ୍ତା ମାସିକ ୧୭ ହଜାର ବଦଳରେ ୮୯ ହଜାର ପାଇବେ। ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ। ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ। ବୈଠକ ଭତ୍ତାକୁ ଛାଡ଼ି ଅନ୍ୟାନ୍ୟ ଭତ୍ତା ସହିତ ମୋଟ ୪ ଲକ୍ଷ ୨୮ ହଜାର ଟଙ୍କା ଦରମା ବାବଦରେ ପାଇବେ।

ସେହିପରି ଉପବାଚସ୍ପତି ବି ବୈଠକ ଭତ୍ତା ବାବଦରେ ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ। କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର, ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ଏବଂ ବାସଗୃହ ଭତ୍ତା ବାବଦକୁ ପୂର୍ବରୁ କିଛି ଟଙ୍କା ମିଳୁ ନ ଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ମିଳିବ। ଉପବାଚସ୍ପତି ବୈଠକ ଭତ୍ତା ଛାଡ଼ି ଅନ୍ୟାନ୍ୟ ଭତ୍ତା ସହିତ ମୋଟ ୪ ଲକ୍ଷ ୧୬ ହଜାର ଟଙ୍କା ଦରମା ବାବଦରେ ପାଇବେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହି ବର୍ଦ୍ଧିତ ଦରମା ସହିତ ଏଣିକି ପ୍ରତି ୫ ବର୍ଷରେ ମହଙ୍ଗା ସୂଚକାଙ୍କ ଆଧାରରେ ସ୍ୱୟଂଚାଳିତ ଭାବେ ଏହି ଦରମା ଓ ଭତ୍ତାରେ ସଂଶୋଧନ ହେବା ନେଇ ବିଲରେ ପ୍ରାବଧାନ ରହିଛି। ଯାହା ଫଳରେ ଭବିଷ୍ୟତରେ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡିବ ନାହିଁ।

Leave A Reply

Your email address will not be published.