ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଟିମ ଇଣ୍ଡିଆର ଖେଳାଳି

0

କଟକ: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଶ୍ରୀକ୍ଷେତ୍ରରେ ଭାରତୀୟ କ୍ରିକେଟ ଦଳ ସଦସ୍ୟ। ଆଜି କଟକ ବାରବାଟୀ ଷ୍ଟା଼ଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ, ତା’ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ଏବଂ କୋଚ୍ ସମେତ ଅନ୍ୟ ଖେଳାଳିମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଆଜି ସକାଳେ ଖେଳାଳିମାନେ ଭୁବନେଶ୍ବର ମେ ଫେୟାର ହୋଟେଲରୁ ପୁରୀ ଅଭିମୁଖେ ଯାତ୍ରା କରିଥିଲେ।

ଭାରତୀୟ କ୍ରିକେଟ ଦଳ ସଦସ୍ୟ ଏବଂ କୋଚଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା ଜିଲ୍ଲା ପୋଲିସ। “ମନ୍ଦିର ପରିସର ଏବଂ ସିଂହଦ୍ବାରରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିଲା। ଯେହେତୁ ଫ୍ୟାନମାନେ ଖେଳାଳିମାନଙ୍କୁ ଦେଖିବାକୁ ଭିଡ଼ ଜମାଇଥିଲେ ସେ ଦୃଷ୍ଟିରୁ କ୍ଲୋଜ ପ୍ରୋଟେକସନ୍ ଟିମ୍ ମୁତୟନ ସହ ରିଙ୍ଗ ରାଉଣ୍ଡ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା” କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ।

ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି। ସେଠାରେ ମହାପ୍ରଭୁଙ୍କ ଦର୍ଶନ ସାରି କଟକ ଯିବେ ବୋଲି ଜଣାପଡ଼ିଛି। ଅଧିନାୟକ ସୂର୍ଯ୍ୟକୁମାର ଯାବ ତାଙ୍କ ସ୍ତ୍ରୀଙ୍କ ସହ ପୁରୀ ଯାଇଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, କୂଲଦୀପ ଯାଦବ ମଧ୍ୟ ଯାଇଛନ୍ତି।

Leave A Reply

Your email address will not be published.