ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଗୋଆ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଲୁଥ୍ରା ବ୍ରଦର୍ସ ଗିରଫ

0

ଗୋଆ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ। ଏହି ଦୁଇ ଅଭିଯୁକ୍ତଙ୍କୁ ଭାରତ ଅଣାଯାଉଛି ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ପୂର୍ବରୁ ନିଲମ୍ବିତ କରାଯାଇଥିଲା। କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଥିଲା। ଏବେ ଯାଞ୍ଚ ଏଜେନ୍ସି ଜୋରଦାର ତନାଘନା ଚଳାଇଛି।

ସେପଟେ ଲୁଥ୍ରା ବ୍ରଦର୍ସ ଦିଲ୍ଲୀ ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଦୁଇ ଭାଇଙ୍କୁ କୋର୍ଟ ଜାମିନ ଦେଇ ନଥିବାବେଳେ ଏହା ଉପରେ ପୋଲିସକୁ ଜବାବ ମାଗିଛନ୍ତି। ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗୋଆ କ୍ଲବ ଅଗ୍ନିକାଣ୍ଡ ଘଟଣାର କିଛି ଘଣ୍ଟା ପରେ, ଦୁଇ ଭାଇ ସକାଳୁ ଥାଇଲ୍ୟାଣ୍ଡ ପାଇଁ ଏକ ବିମାନ ବୁକ୍ କରିଥିଲେ ଏବଂ ଭାରତ ଛାଡ଼ିଦେଇଥିଲେ। ଏହାପରଠାରୁ ଭାରତର ଏଜେନ୍ସିଗୁଡ଼ିକ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ। ଆଉ ଶେଷରେ ଦୁହେଁ ଥାଇଲ୍ୟାଣ୍ଡରୁ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ (MEA) ଉଭୟ ଭାଇଙ୍କ ପାସପୋର୍ଟକୁ ଅନ୍ୟ ଦେଶକୁ ଯାତ୍ରା କରିବାରୁ ରୋକିବା ପାଇଁ ରଦ୍ଦ କରିଛି ।

ସୂଚନାଯୋଗ୍ୟ ଯେ, ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପୋଡ଼ି ମୃତ୍ୟୁବରଣ କରିଥିଲେ। ଏଥିରେ ୨୦ ଜଣ କର୍ମଚାରୀ ଏବଂ ପାଞ୍ଚ ଜଣ ପର୍ଯ୍ୟଟକ ଥିଲେ। ଏହି ବଡ଼ ଘଟଣା ସତ୍ତ୍ୱେ, କ୍ଲବ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା କିଛି ଘଣ୍ଟା ପରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ଆଉ ପରେ ପରେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଆଉ ଏବେ ଏହି ଦୁଇ ଭାଇମାନଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି ।

Leave A Reply

Your email address will not be published.