ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ବଢ଼ିଲା ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌

0

ଭୁବନେଶ୍ବର: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍‌ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି କରିଛନ୍ତି। ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ।

ଏହି ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି। ପୂର୍ବରୁ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ୩୧ ହଜାର ଟଙ୍କା ଥିବାବେଳେ, ବର୍ତ୍ତମାନ ଏହା ୪୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ୩୨ ହଜାରରୁ ୫୨ ହଜାରକୁ ବୃଦ୍ଧି ପାଇଛି। ଏହା ହେଉଛି ୬୨ ପ୍ରତିଶତ ବୃଦ୍ଧି। ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ପରିମାଣ ମାସକୁ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ୬୭ ପ୍ରତିଶତ।

ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ଏହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁହେବ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରି ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.