ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଭୁବନେଶ୍ୱର ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

0

ଭୁବବନେଶ୍ବର: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’। ଆନ୍ତର୍ଜାତିକ ଯାତ୍ରା ସମ୍ପର୍କିତ ସୁବିଧାକୁ ସହଜ ଓ ସୁଲଭ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୋମବାର ଅନୁମୋଦନ ଦେଇଛନ୍ତି।

ବରମୁଣ୍ଡା ବସ୍‌ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ ଏହି ଭିଜା ସେଣ୍ଟର। ଏଥିପାଇଁ ରାଜ୍ୟ ସରକାର ୩ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ। ଭିଜା ପାଇଁ ଆଉ କଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡିବ ନାହିଁ। ପୂର୍ବରୁ ଭିଜା ପାଇଁ ଓଡ଼ିଶାର ଲୋକମାନେ କଲକାତା, ଦିଲ୍ଲୀ ଓ ହାଇଦ୍ରାବାଦ ଯାଉଥିଲେ।
ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟବାସୀଙ୍କୁ ଭିସା ସମ୍ପର୍କିତ କାର୍ଯ୍ୟ ପାଇଁ ଆଉ କୋଲକତା, ଦିଲ୍ଲୀ, ମୁମ୍ବାଇ କିମ୍ବା ହାଇଦ୍ରାବାଦ ଭଳି ଦୂର ସହରକୁ ଯିବାକୁ ପଡିବ ନାହିଁ। ପ୍ରସ୍ତାବିତ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଙ୍ଗ୍‌ରେ ସ୍ଥାପିତ ହେବ। ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାର ପ୍ରାୟ ୩ ହଜାର ବର୍ଗଫୁଟ୍ ଜାଗା ଯୋଗାଇଦେବେ। ରାଜ୍ୟ ସରକାରଙ୍କ ଏହି ସହଯୋଗ ମାଧ୍ୟମରେ ଭିସା ସେବା ସଂସ୍ଥା ଶୀଘ୍ର କାର୍ଯ୍ୟାରମ୍ଭ କରିପାରିବ ବୋଲି ଆଶା କରାଯାଉଛି।

ଗତ କିଛି ବର୍ଷ ଧରି ଓଡ଼ିଶାରୁ ଶିକ୍ଷା, ଚିକିତ୍ସା, ଚାକିରି, ପର୍ଯ୍ୟଟନ ଓ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଭିସା ଆପ୍ଲିକେସନ ସେଣ୍ଟର ନଥିବାରୁ ଆବେଦକମାନଙ୍କୁ ଭିସା ଫର୍ମ ଦାଖଲ, ବାୟୋମେଟ୍ରିକ୍ ତଥ୍ୟ ଦେବା ଓ ସାକ୍ଷାତକାର ପାଇଁ ଅନ୍ୟ ସହରକୁ ଯିବାକୁ ପଡୁଥିଲା। ଏହା ଫଳରେ ଅଧିକ ସମୟ, ଧନ ଓ ଅସୁବିଧା ସହିବାକୁ ପଡୁଥିଲା। ଭୁବନେଶ୍ୱରରେ ଏକ ଭିଜା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବି ରହିଆସୁଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।


Leave A Reply

Your email address will not be published.