ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସୋଆ ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ: ସୋଆ ଉପସଭାପତି

0

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଶୈକ୍ଷିକ ଦାୟିତ୍ୱ ଓ ଶୃଙ୍ଖଳା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ଯାହାଦ୍ୱାରା କି ବିଶ୍ୱବିଦ୍ୟାଳୟର ସମ୍ମାନ ଊର୍ଦ୍ଧ୍ୱକୁ ଯିବ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ପ୍ରଥମ ବାର୍ଷିକ ଉତ୍ସବ ‘ଏନିଗ୍‌ମା ୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ର‌୍ୟାଗିଂ ଏକ ଧର୍ତବ୍ୟ ଅପରାଧ। ଏଭଳି ଅପରାଧିକ କାର୍ଯ୍ୟକଳାପକୁ କେବେ ବି ବରଦାସ୍ତ କରାଯିବା ଉଚିତ୍ ନୁହେଁ । ଆମ ଶିକ୍ଷାନୁଷ୍ଠାନ ଏଭଳି ଅପରାଧିକ କାର୍ଯ୍ୟକଳାପକୁ କେବେ ବି ସମର୍ଥନ କରେ ନାହିଁ ବୋଲି ଶ୍ରୀମତି ଦାସ କହିଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ ଭଳି ନୂତନ ମେଡିକାଲ୍ କଲେଜର ଶୈକ୍ଷିକ ଯାତ୍ରା ବେଶ ସୁଦୃଢ଼ ହେବ ବୋଲି ଆଶା ବ୍ୟକ୍ତ କରିବା ସହ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ, ହସ୍ପିଟାଲ୍ ଡିନ୍‌, ମେଡିକାଲ୍ ସୁପରିଟେଣ୍ଡେଂଟ ଏବଂ ଫ୍ୟାକଲ୍ଟି ମେମ୍ବରମାନଙ୍କୁ ସୋଆ ଉପସଭାପତି ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଦିନ ଧରି ଆୟୋଜିତ ହେଉଥିବା ଏହି ବାର୍ଷିକ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ୨୦୨୪ ଏବଂ ୨୦୨୫ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସୂଚନା ଦେଇଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସୋଆ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିବା ସହ ବିଶ୍ୱବିଦ୍ୟାଳୟ ଏପରି ଏକ ସ୍ଥାନ ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ -୧ର ପୂର୍ବତନ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ଦିଗରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ମେଡିକାଲ କଲେଜର କୃତି ଛାତ୍ରଛାତ୍ରୀଙ୍କୁ ସୋଆ ଉପସଭାପତି ପୁରସ୍କୃତ କରିଥିଲେ। ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।

Leave A Reply

Your email address will not be published.