ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

0

ନୁଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ସେହିଭଳି ଦେଶର ଅନ୍ୟ ୪ଟି ହାଇକୋର୍ଟର ବିଚାରପତିଙ୍କୁ ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି।

ଜଷ୍ଟିସ୍ ସାହୁ ୧୯୮୯ ମସିହାରେ ଆଇନଜୀବୀ ଭାବେ ନାମ ଲେଖାଇଥିଲେ ଏବଂ ଅପରାଧିକ ତଥା ସେବା ଆଇନରେ ତାଙ୍କର ବିଶେଷଜ୍ଞତା ରହିଛି। ସେ ଜୁଲାଇ ୨୦୧୪ ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଉନ୍ନୀତ ହୋଇଥିଲେ।ସେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।ମାମଲାର ବିପୁଳ ବକେୟା ଥିବା ପାଟଣା ହାଇକୋର୍ଟର ନେତୃତ୍ୱ ନେବା ପାଇଁ ତାଙ୍କର ବ୍ୟାପକ ଅଭିଜ୍ଞତା ତାଙ୍କୁ ଉପଯୁକ୍ତ କରିଛି ବୋଲି କଲେଜିୟମ୍ ମତ ଦେଇଛି।

ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ବ୍ୟତୀତ ଅନ୍ୟ ଯେଉଁ ବିଚାରପତିମାନଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି, ସେମାନେ ହେଲେ, ଜଷ୍ଟିସ୍ ମନୋଜ କୁମାର ଗୁପ୍ତା (ଆହ୍ଲାବାଦ ହାଇକୋର୍ଟ) – ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ରେବତୀ ପି. ମୋହିତେ ଡେରେ (ବମ୍ବେ ହାଇକୋର୍ଟ) – ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ଏ. ମୁହମ୍ମଦ ମୁସ୍ତାକ୍ (କେରଳ ହାଇକୋର୍ଟ) – ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ଏମ୍.ଏସ୍. ସୋନାକ (ବମ୍ବେ ହାଇକୋର୍ଟ) – ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହି ସୁପାରିଶକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ।

Leave A Reply

Your email address will not be published.