ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ସରିଲା ସଂସଦର ଶୀତ ଅଧିବେଶନ

0

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ। ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ। ଆଜି ଶେଷଦିନ ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ, ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା।

ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ସଂସଦର ଉଭୟ ଗୃହ ୨୦ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନକୁ ବଦଳାଇ ରୋଜଗାର ଏବଂ ଆଜିବିକା ମିଶନ (ଗ୍ରାମୀଣ) ପାଇଁ ଭିକ୍ଷିତ ଭାରତ ଗ୍ୟାରେଣ୍ଟି ବିଲ୍ ପାରିତ କରିଛି। ଲୋକସଭାରେ ବିରୋଧୀ ସଦସ୍ୟମାନେ ଗତକାଲି ହଙ୍ଗାମା କରିଥିଲେ ଏବଂ ବିଲ୍ ର ନକଲ ଚିରି ଦେଇଥିଲେ। ସନ୍ଧ୍ୟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ଆରମ୍ଭ ହେଇଥିବା ବେଳେ ମଧ୍ୟ ପ୍ରବଳ ବିରୋଧ ହୋଇଥିଲା। ମଧ୍ୟରାତ୍ରି ପରେ ବହୁମତ ଭୋଟ ଦ୍ୱାରା ବିଲ୍ ପାରିତ ହୋଇଛି।

ରାଜ୍ୟସଭାରେ ସଦସ୍ୟ ମାନେ କାଗଜପତ୍ର ରଖି କାର୍ଯ୍ୟ ଆରମ୍ଭ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା। ସଂସଦର ଶୀତକାଳୀନ ଅଧିବେଶନ ବିତର୍କ ଏବଂ ପ୍ରତିବାଦରେ ଶେଷ ହୋଇଛି। ବିରୋଧୀ ଦଳ ସଦସ୍ୟ ଗତକାଲି ରାତିରେ ସଂସଦ ପରିସରରେ ରାତିସାରା ୧୨ ଘଣ୍ଟା ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ। “ମନରେଗା” ଗ୍ରାମୀଣ ନିଯୁକ୍ତି ଯୋଜନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିରୋଧୀ ସଦସ୍ୟ। ବିରୋଧୀ କହିଥିଲେ ଯେ ସେମାନେ ଘଟଣାକୁ ନେଇ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ।

Leave A Reply

Your email address will not be published.