ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ବର

0

ଭୁବନେଶ୍ବର: ଓଡ଼ିଶାର ପ୍ରଦୂଷଣକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଚିନ୍ତାକୁ ଦ୍ବିଗୁଣିତ କରିଛି। ଦିଲ୍ଲୀକୁ ଟପିଲା ବାଲେଶ୍ବର। ପ୍ରଦୂଷଣରେ ଓଡ଼ିଶାର କିଛି ସହର ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀକୁ ଟପି ଯାଇଛି।

ଓଡ଼ିଶାର ବାଲେଶ୍ବର ସହର ଆଜି ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି। ଏଠାରେ AQI ୩୩୬ ରହିଛି। ଦ୍ବିତୀୟ ସ୍ଥାନରେ ତାଳଚେର ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବାରିପଦା। ତାଳଚେରରେ AQI ୩୨୪ ରହିଥିବା ବେଳେ ବାରିପଦାର AQI ୩୦୪ ରହିଛି।

ଏହି ୩ଟି ସହରରେ ବାୟୁର ଗୁଣାବତ୍ତା ଅତି ଖରାପ ସ୍ଥିତିରେ ରହିଛି। ଯଦି ଦିଲ୍ଲୀ ପ୍ରଦୂଷଣ କଥା ଦେଖିବା ତାହେଲେ ସେଠାରେ ଏକ୍ୟୁଆଇ ୨୧୮ ରହିଛି। ତେବେ ଜାତୀୟ ରାଜଧାନୀ ଠାରୁ ଓଡ଼ିଶାର କିଛି ସହରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏକ ପ୍ରକାର ଚିନ୍ତାର କାରଣ ସାଜିଛି।

Leave A Reply

Your email address will not be published.