ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ରାଜସ୍ଵ ସହାୟକ ଗିରଫ

0

ସମ୍ବଲପୁର: ବନ୍ଧା ହେଲେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ। ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସୁଦେବଙ୍କ ୪ଟି ସ୍ଥାନରେ ରେଡ୍ ଜାରି ରହିଛି।

ସରକାରୀ ସୂତ୍ର ଅନୁଯାୟୀ, ଚଢାଉରେ ବରଗଡ଼ ସହରରେ ଏକ ବହୁମହଲା କୋଠା, ସମ୍ବଲପୁରର ଚାରଭାଟି ଅଞ୍ଚଳରେ ଥିବା ପୈତୃକ ଘର, ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ବୀମା ଜମା, ଗୋଟିଏ ଚାରି ଚକିଆ ଏବଂ ଚାରିଟି ଦୁଇ ଚକିଆ ଯାନ ଏବଂ ପ୍ରାୟ ୬.୦୭ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରାଯାଇଥିଲା। ଦୁଇ ଡିଏସ୍‌ପି ଓ ୮ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀମାନେ ଚଢଉରେ ସାମିଲ ଥିଲେ। କାଲି ରେଡ୍‌ ବେଳେ ବାବୁଙ୍କ ୧୬ଟି ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ଯାହାକୁ ନେଇ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ଡିସେମ୍ବର ୨୪ ତାରିଖରେ ତାଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ବ୍ୟାପକ ତଦନ୍ତ ପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା। ତାଙ୍କୁ ସମ୍ବଲପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଛି

Leave A Reply

Your email address will not be published.