ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ରାଜସ୍ଵ ସହାୟକ ଗିରଫ

0

ସମ୍ବଲପୁର: ବନ୍ଧା ହେଲେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ। ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସୁଦେବଙ୍କ ୪ଟି ସ୍ଥାନରେ ରେଡ୍ ଜାରି ରହିଛି।

ସରକାରୀ ସୂତ୍ର ଅନୁଯାୟୀ, ଚଢାଉରେ ବରଗଡ଼ ସହରରେ ଏକ ବହୁମହଲା କୋଠା, ସମ୍ବଲପୁରର ଚାରଭାଟି ଅଞ୍ଚଳରେ ଥିବା ପୈତୃକ ଘର, ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ବୀମା ଜମା, ଗୋଟିଏ ଚାରି ଚକିଆ ଏବଂ ଚାରିଟି ଦୁଇ ଚକିଆ ଯାନ ଏବଂ ପ୍ରାୟ ୬.୦୭ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରାଯାଇଥିଲା। ଦୁଇ ଡିଏସ୍‌ପି ଓ ୮ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀମାନେ ଚଢଉରେ ସାମିଲ ଥିଲେ। କାଲି ରେଡ୍‌ ବେଳେ ବାବୁଙ୍କ ୧୬ଟି ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ଯାହାକୁ ନେଇ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ଡିସେମ୍ବର ୨୪ ତାରିଖରେ ତାଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ବ୍ୟାପକ ତଦନ୍ତ ପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା। ତାଙ୍କୁ ସମ୍ବଲପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଛି

Leave A Reply

Your email address will not be published.