ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଜାନୁଆରୀ ୨୧ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

0

ନ୍ୟୁଜ୍ ବ୍ୟୁରୋ: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍‌ଟିଇଟି-୨୦୨୫) ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୦୨୬ ଜାନୁଆରୀ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ଉକ୍ତ ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷାର ପେପର୍-୧ ଓ ପେପର-୨ ଗୋଟିଏ ସିଟିଂରେ ଶେଷ ହେବ। ଏହି ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ନିଜର ଆଡ୍‌ମିଟ୍ କାର୍ଡ (ବିଏସ୍ଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍) ୱେବସାଇଟ୍‌ରୁ ଡାଉନ୍‌ଲୋଡ୍ କରିପାରିବେ। ଏହା ଆସନ୍ତା ଜାନୁଆରୀ ମାସ ୧୦ ତାରିଖରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ପରୀକ୍ଷା ପଞ୍ଜୀକରଣ ସମୟରେ ଦେଇଥିବା ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ପରୀକ୍ଷାର୍ଥୀ ନିଜର ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରି ପରୀକ୍ଷାରେ ବସିପାରିବେ।

Leave A Reply

Your email address will not be published.