ପ୍ରମୁଖ ଖବର

ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ
ପଞ୍ଚଭୂତରେ ଲୀନ ହେଲେ ଗୀତା ପଟ୍ଟନାୟକ
କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ
ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ

ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା

0

ଭୁବନେଶ୍ଵର: ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା। ବିଏମସିକୁ ଘାରିଲା ବାୟୁ ପ୍ରଦୂଷଣ ଚିନ୍ତା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ। ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା। ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ। ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୂର୍ଣ୍ଣ ବାରଣ। ଡିପୋ ଓ ଷ୍ଟାଣ୍ଡ୍‌ରେ ନିୟମିତ ବସ୍ ଧୋଇବାକୁ କ୍ରୁଟକୁ ଦିଆଯାଇଛି ନିର୍ଦ୍ଦେଶ। ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ହଜାର ଫାଇନ୍‌ ପଡିବ। ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପାଇଁ ଦିଆଯାଇଛି ପରାମର୍ଶ। ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମ୍‌ସି ଦେଇଛି ନିର୍ଦ୍ଦେଶ।

ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍ସି। ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି। ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି। ଏହା ପରେ ମେସିନ କିଣାଯାଇ ଲଗାଯିବ। ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ। ଏହା ସହରର ପ୍ରମୁଖ ସ୍ଥାନରେ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱରରେ ଯେଉଁଠି ସଫେଇ କରାଯାଉଛି ସେଠାରେ ପାଣି ସିଞ୍ଚନ କରାଯାଉଛି। ସହର ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ହୋଇ ଆଗକୁ ମୁଣ୍ଡ ଟେକିବ।

ତେଣୁ ଲୋକମାନେ ପ୍ରଥମେ ସଚେତନ ହେବାର ଆବଶ୍ୟକତା ରହିଛି । ଘର ପିଛା ୪ରୁ୫ ଗାଡି କିଣୁଛନ୍ତି। ଏହା ପ୍ରଦୂଷଣର ମାତ୍ରା ବଢ଼ାଉଛି। ଭୁବନେଶ୍ୱରେ ବାୟୁ ପ୍ରଦୂଷଣ ବଢିଚାଲିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୦୦ ପାର କଲାଣି। ଗତକାଲି ପଟିଆ ଏକ୍ୟୁଆଇ ୨୨୨ ରହିଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୨୪୨ ରହିଛି।

Leave A Reply

Your email address will not be published.