ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଗୁଳିମାଡ଼

0

ଭେନେଜୁଏଲା: ଭେନେଜୁଏଲା ରାଜଧାନୀ କାରାକାସରେ ଥିବା ରାଷ୍ଟ୍ରପତି ଭବନ ନିକଟରେ ଗୁଳିମାଡ ହୋଇଛି। ଭେନେଜୁଏଲାର ରାଜଧାନୀ କାରାକାସରେ ରାଷ୍ଟ୍ରପତି ଭବନ ନିକଟରେ ଏକ ସନ୍ଦେହୀ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଉକ୍ତ ଡ୍ରୋନକୁ ମାରି ଖସାଇଛି ଭେନେଜୁଏଲା ସେନା। ଘଟଣା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ସୂଚନା ରହିଛି।

ରାଷ୍ଟ୍ରପତି ଭବନ ଚାରିପାଖରେ ଥିବା ଅଞ୍ଚଳ ସମେତ କାରାକାସର ଅନେକ ଅଞ୍ଚଳରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରବଳ ଗୁଳିକାଣ୍ଡ ଶୁଣାଯାଇଥିଲା। ରାଷ୍ଟ୍ରପତି ଗିରଫ ହେବା ପରେ ସଶସ୍ତ୍ର ଯାନ ଓ ସାମରିକ କର୍ମଚାରୀମାନେ ରାଷ୍ଟ୍ରପତି ଭବନକୁ ଘେରି ରହିଛନ୍ତି। ତେବେ ସରକାରୀ ପରିସରରେ ଡ୍ରୋନ୍ର ଉପସ୍ଥିତିକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି।

ଭେନେଜୁଏଲାରେ ଗୁଳିକାଣ୍ଡ ନେଇ ଆମେରିକାକୁ ସନ୍ଦେହ କରାଯାଉଥିବାବେଳେ, ସଫେଇ ଦେଇଛି ଆମେରିକା। ଏହି ଗୁଳିକାଣ୍ଡରେ ଆମେରିକା ସମ୍ପୃକ୍ତ ନଥିବା ହ୍ୱାଇଟ୍ ହାଉସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। କାରଣ ଶନିବାର ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା, ପଦଚ୍ୟୁତ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲା। ଡେଲସି ରୋଡ୍ରିଗେଜ ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ନେବାର କିଛି ସମୟ ପରେ ଏହି ଗୁଳିମାଡ଼ ହୋଇଥିଲା।

Leave A Reply

Your email address will not be published.