ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଓମଫେଡ୍‌ ବୁଥରେ ଗୁଟଖା ବିକିଲେ ବାତିଲ ହେବ ଲାଇସେନ୍ସ

0

ନ୍ୟୁଜ୍ ବ୍ୟୁରୋ: ବିଏମ୍‌ସି ଅଞ୍ଚଳରେ ଗୁଟ୍‌ଖା ବିକ୍ରି ସମ୍ପୂର୍ଣ୍ଣ ନିଷେଧ। ଭେଣ୍ଡିଂ ଜୋନ୍,ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ। ଲାଇସେନ୍ସ ବାତିଲ ନେଇ ବିଏମ୍‌ସି(ଭୁବନେଶ୍ଵର ମହାନଗର ନିଗମ)ର ଚେତାବନୀ। ଆଜି ବିଏମସିର କର୍ପୋରେସନ ବୈଠକରେ ଏହି ନିଷ୍ପତି ହୋଇଛି।

ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବ୍ୟାନ କରିଛନ୍ତି। ଏବେ ଜୋରଦାର୍ ହେବ ଗୁଟୁଖା ଏନଫୋର୍ସମେଣ୍ଟ ଡ୍ରାଇଭ୍। ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି। ଏହା ଛଡ଼ା ବିଏମସି ଅଞ୍ଚଳରେ ଗୁଟଖା ହୋର୍ଡିଂ ବାହାର କରିବାକୁ ନିଷ୍ପତ୍ତି ହୋଇଛି। ନିଶା ଦ୍ରବ୍ୟକୁ ଯାଞ୍ଚ କରିବା ନେଇ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଗଠନ କରାଯିବା ସହ ଏହାକୁ କଡାକଡି ଲାଗୁ ହେବ।

Leave A Reply

Your email address will not be published.