ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର

0

ଭୁବନେଶ୍ବର: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଏକ ବଡ଼ ଖୁସି ଖବର। ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୁବ୍‌ଶୀଘ୍ର ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ୬୦ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷ ପର୍ଯ୍ୟନ୍ତ ବୟସର ବିଧବା ମହିଳାଙ୍କୁ ପୁରୀ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଯିବ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପଠାଯାଇଥିବା ଆଧିକାରିକ ଚିଠି ଅନୁସାରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଧବା ଭତ୍ତା ପାଉଥିବା ଲାଭାର୍ଥୀମାନେ ସ୍ୱତଃପୁର୍ତ୍ତ ଭାବେ ଏହି ଯୋଜନାର ହିତାଧିକାରୀ ହେବେ। ତେବେ ଯୋଜନାରେ ସାମିଲ ହେବା ପାଇଁ ଲାଭାର୍ଥୀଙ୍କ ସମ୍ମତି (Consent) ଅନିବାଯ୍ୟର୍ ରହିଛି।

ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ୨୦୨୫-୨୬ ଆର୍ଥିକ ବର୍ଷରେ ୫ ହଜାର ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ୩୦ ହଜାର ମିଶି ମୋଟ ୩୫ ହଜାର ହିତାଧିକାରୀଙ୍କୁ ପୁରୀ ନେଇ ଜଗନ୍ନାଥ ଦର୍ଶନ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୟନ ଓ ସମ୍ମତି ପତ୍ର ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ପର୍ଯ୍ୟଟନ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ଶୀଘ୍ର ଯୋଜନାଟି ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକରୀ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.