ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଭୟଙ୍କର ଦୁର୍ଘଟଣା: ୩ ବାଇକ୍‌କୁ ପିଟିଲା ଟ୍ରକ୍‌; ୫ ମୃତ

0

ନ୍ୟୁଜ୍ ବ୍ୟୁରୋ: ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ୩ଟି ବାଇକ ଉପରେ ମାଡିଗଲା ଟ୍ରକ୍‌। ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମତ୍ୟୁ ଘଟିଛି।
ସୂଚନା ଅନୁସାରେ ହଳଦିଆପଦର ଓଭରବ୍ରିଜ୍ ଉପରେ ଆଜି ଦିନ ୧ଟା ବେଳେ ଏକ ଟ୍ରକ ସମ୍ମୁଖ ପଟୁ ଆସୁଥିବା ୩ ଟି ବାଇକକୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଏହି ଦୁର୍ଘଟଣାରେ ୫ ଜଣ ମୃତକଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଦକ୍ଷିଣପୁର ଗ୍ରାମର ବାସିନ୍ଦା ତଥା ପାତ୍ରପୁର ବ୍ଳକରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ଶିବରାମ ଜେନା(୩୫), ଫୁଲଟା ଗ୍ରାମର ଯୁବକ ଜଗନ୍ ନାହାକ(୨୦) ଓ ରାକେଶ ନାହାକ(୨୧), ଅଯୋଧ୍ୟା ନଗର ବାସିନ୍ଦା ତଥା କୋରିୟର ବୟ ଭାବେ କାର୍ଯ୍ୟରତ ସୂର୍ଯ୍ୟ ନାରାୟଣ ପଣ୍ଡା(୪୭) ଜରଡ଼ା ଥାନା ଅନ୍ତର୍ଗତ ଭ୍ରମରପୁର ଗ୍ରାମର ସତ୍ୟନାରାୟଣ ବେଜ୍(୪୦)।

ଓଭରବ୍ରିଜ୍ ଉପରେ ରଙ୍ଗ୍‌ ରୁଟ୍‌ରେ ଆସି ଟ୍ରକ୍‌ଟି ବାଇକ୍‌ଗୁଡ଼ିକ ଧକ୍କା ଦେଇଥିଲା। ଏମିତି ଧକ୍କା ଦେବା ପରେ କିଛି ବାଟ ପର୍ଯ୍ୟନ୍ତ ବାଇକଗୁଡ଼ିକୁ ଘୋଷାଡ଼ି ନେଇଥିଲା ଟ୍ରକ୍‌ଟି। ଗୋଟିଏ ବାଇକ ଟ୍ରକ୍‌ରେ ତଳେ ଫସି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ୩ଟି ବାଇକ୍‌କୁ ପୁଲିସ ଜବତ କରିଛି। ଟ୍ରକ୍ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି।

Leave A Reply

Your email address will not be published.