ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି

0

୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ନ୍ୟୁଜ୍ ବ୍ୟୁରୋ: ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ଭାରତ ଫ୍ରାନ୍ସ ଠାରୁ ଆଉ ୧୧୪ଟି ରାଫେଲ ଫାଇଟର ଜେଟ୍ କିଣିବା ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ବଡ଼ ଡିଲ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହେବାର ସମ୍ଭାବନା ରହିଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଗାମୀ କିଛି ଦିନ ମଧ୍ୟରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକ ବସିପାରେ। ଏହି ବୈଠକରେ ୧୧୪ଟି ରାଫେଲ ଫାଇଟର ଜେଟ୍ କିଣିବା ପାଇଁ ‘ଆକସେପ୍ଟାନ୍ସ ଅଫ୍ ନେସେସିଟି’ (ଏଓଏନ୍) କୁ ଅନୁମୋଦନ ମିଳିବାର ଆଶା କରାଯାଉଛି। ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା କ୍ରୟ ବୋର୍ଡ ପୂର୍ବରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇସାରିଛି।

ଡିଲ୍ ଫାଇନାଲ ହେଲେ, ଏହା ଭାରତର ସବୁଠାରୁ ବଡ଼ ଲଢ଼ୁଆ ବିମାନ କ୍ରୟ ଚୁକ୍ତି ହେବ। ଏଥିପାଇଁ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। ବର୍ତ୍ତମାନ ଭାରତୀୟ ବାୟୁସେନା ୪୨ଟି ଫାଇଟର ସ୍କ୍ୱାର୍ଡନ କ୍ଷମତା ଥିବା ସତ୍ତ୍ୱେ କେବଳ ୨୯ଟି ସ୍କ୍ୱାର୍ଡନ ସହ କାର୍ଯ୍ୟ କରୁଛି। ପଶ୍ଚିମ ଓ ଉତ୍ତର ସୀମାରେ ସୁରକ୍ଷା ଆହ୍ୱାନ ବଢ଼ୁଥିବା ବେଳେ ଏହି ଡିଲ୍ ବାୟୁସେନା ପାଇଁ ଅତ୍ୟନ୍ତ ଆବଶ୍ୟକ ମନାଯାଉଛି।
ଚୁକ୍ତି ଅନୁସାରେ କେବଳ ୧୮ଟି ରାଫେଲ ଫାଇଟର ଜେଟ୍ ସିଧାସଳଖ ଫ୍ରାନ୍ସରୁ ଆସିବ। ବାକି ବିମାନଗୁଡ଼ିକ ଭାରତରେ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଅଧୀନରେ ତିଆରି କରାଯିବ। ପାଖାପାଖି ୮୦ ପ୍ରତିଶତ ବିମାନ ଦେଶରେ ନିର୍ମିତ ହେବା ସହ ଏଥିରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.