ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ

0

ଗଜପତି: ମୋହନା ଜରଉ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଗଜପତି ଜିଲ୍ଲାର ମୋହନା ଥାନା ଜରଉ ଗାଁ ନିକଟରେ ରବିବାର ଏକ ପିକ୍‌ଅପ୍ ଭ୍ୟାନ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଗାଁର ପ୍ରାୟ ୨୭ ଜଣ ଏକ ପିକଅପ୍ ଭ୍ୟାନ ଭଡ଼ା କରି ମୋହନା ଥାନା ଖାରିଗୁମା ଗାଁକୁ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ କିଛି ଯାତ୍ରୀ ଗଞ୍ଜାମ ସୋରଡ଼ାରୁ ଯାଉଥିଲେ। ଏତିକିବେଳେ ଭାରସାମ୍ୟ ହରାଇ ଏଭଳି ଅଘଟଣ ଘଟିଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ୯ ଜଣ ଯାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗାଡ଼ି ଚାଳକ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.