ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ୨.୫ କୋଟିର ସମ୍ପତ୍ତି ଜବତ ନିର୍ଦ୍ଦେଶ

0

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ୨.୫ କୋଟିର ସମ୍ପତ୍ତି ଜବତ ନିର୍ଦ୍ଦେଶ। ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମଙ୍ଗଳବାର ଦିନ ଉମରକୋଟର ଗ୍ରାମୀଣ ନିର୍ମାଣ ବିଭାଗର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କର ୨.୫ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜବତ କରାଯାଇଥିବା ସମ୍ପତ୍ତିରେ ଆୟ ବହିର୍ଭୁତ ସମ୍ପତ୍ତି ବାହାରେ ସଂଗୃହିତ ସ୍ଥାବର ଏବଂ ଅସ୍ଥାବର ଉଭୟ ସମ୍ପତ୍ତି ଅନ୍ତର୍ଭୁକ୍ତ ରହିଛି। ଯେଉଁଥିରେ ରାୟଗଡ଼ାରେ ଗୋଟିଏ ବହୁମହଲା କୋଠା, ନବରଙ୍ଗପୁରରେ ଦୁଇଟି କୋଠା, ତିନିଟି ଜମି ପ୍ଲଟ୍ (ରାୟଗଡ଼ା ସହରରେ ଗୋଟିଏ ଏବଂ ନବରଙ୍ଗପୁର ସହରରେ ଦୁଇଟି), ବ୍ୟାଙ୍କ ଜମା, ସୁନା ଅଳଙ୍କାର ଆଦି ରହିଛି। ଡିସେମ୍ବର ୧୧, ୨୦୨୩ରେ ଅବସରପ୍ରାପ୍ତ ଇଞ୍ଜିନିୟର ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ ୩୮.୪୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରଖିବା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନଙ୍କୁ ଯଥାକ୍ରମେ ତିନି ଏବଂ ଦୁଇ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।

ଓଡ଼ିଶା ଭିଜିଲାନ୍ସ ସେମାନଙ୍କୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ୧୩(୧)(ଇ) ଏବଂ ଆଇପିସିର ଧାରା ୧୦୯ ଅନୁଯାୟୀ ଅଭିଯୁକ୍ତ କରିଥିଲା। କୋର୍ଟ ସୀମାଦ୍ରି ନାୟକଙ୍କ ଉପରେ ୧୦ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଉପରେ ୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଥିଲେ। ଯଦି କୌଣସି ଖିଲାପୀ ହୁଏ ତେବେ ସେମାନଙ୍କୁ ଯଥାକ୍ରମେ ଛଅ ମାସ ଏବଂ ତିନି ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଛି।

Leave A Reply

Your email address will not be published.