ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ମୃତ

0

ଇରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହଙ୍କ ଦେହାବସାନ ଘଟିଥିବା ସୂଚନା ମିଳିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ, ସେ ଦୁଇ ଦିନ ପୂର୍ବରୁ ଆମେରିକା ଓ ଇସ୍ରାଏଲଙ୍କ ଆକ୍ରମଣରେ ଆହତ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ପରଲୋକଗମନ କରିଛନ୍ତି। ଏହି ଆକ୍ରମଣରେ ଖାମେନିଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଦାବି ହୋଇଛି। ତଥାପି ଏନେଇ ଆମେରିକା ଓ ଇସ୍ରାଏଲ ପକ୍ଷରୁ କୌଣସି ଅଧିକୃତ ସ୍ପଷ୍ଟୀକରଣ ମିଳିନାହିଁ।

ମନସୁରେହ ଖୋଜାସ୍ତେହ ୧୯୬୪ ମସିହାରେ ଖାମେନିଙ୍କୁ ବିବାହ କରିଥିଲେ। ସେ ସାଧାରଣତଃ ଲୋକଲୋଚନରୁ ଦୂରେ ରହୁଥିଲେ ଏବଂ ସରକାରୀ କାର୍ଯ୍ୟକ୍ରମରେ କ୍ୱଚିତ୍ ଦେଖାଯାଉଥିଲେ। ୧୯୮୯ ମସିହାରୁ ଖାମେନି ଇରାନର ସର୍ବୋଚ୍ଚ ରାଜନୈତିକ ଓ ଧାର୍ମିକ ନେତା ଭାବେ ଦାୟିତ୍ୱ ପାଳନ କରୁଛନ୍ତି।

Leave A Reply

Your email address will not be published.