ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଯୁଦ୍ଧ ପାଇଁ ଭୁବନେଶ୍ବର-ଦୁବାଇ ବିମାନ ସେବା ବାତିଲ

0

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ଚଳାଚଳ ବାତିଲ୍। ଏହି କାରଣରୁ ଭାରତରେ ଅନେକ ଘରୋଇ ବିମାନ ଉଡାଣକୁ ରଦ୍ଦ କରାଯାଇଛି। ସେଥିମଧ୍ୟରେ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ କରାଯାଇଛି। ତେବେ ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ, କାଲିର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। କାଲି ସଦ୍ୟ ସୂଚନା ମିଳବା ପରେ, ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ।

ଭୁବନେଶ୍ୱରରୁ ଦୁବାଇକୁ ସୋମବାର, ବୁଧବାର ଓ ଶୁକ୍ରବାର ସିଧାସଳଖ ବିମାନ ଉଡାଣ ଭରୁଥିବାବେଳେ, ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍ । ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି’ ନିଆଯିବ। କାଲି ଅପଡେଟ୍ ମିଳବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ସୋମବାର ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିବାବେଳେ, ରବିବାର ଏହାକୁ ବାତିଲ କରିଦିଆଯାଇଛି। ଏୟାର ସ୍ପେସ୍ ନଥିବାରୁ ମଧ୍ୟପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ରହିଛି। ଦୁବାଇ, ଆବୁ ଧାବି, ମାସକଟର୍ ପାଇଁ ଏୟାର ସ୍ପେସ୍ ନାହିଁ। ଗତ ଶୁକ୍ରବାର ଦିନ ଦୁବାଇକୁ ଭୁବନେଶ୍ବରରୁ ଶେଷ ବିମାନ ଉଡାଣ ଭରିଥିଲା।

Leave A Reply

Your email address will not be published.