ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୬ଟି ରାଜ୍ୟରେ ଝଡ଼ବର୍ଷା ସତର୍କତା; ଗରମ ବଢ଼ିବା ନେଇ ପୂର୍ବାନୁମାନ

0

ନ୍ୟୁଜ୍ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୬ଟି ରାଜ୍ୟରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ନେଇ ସତର୍କତା ଜାରି କରାଯାଇଛି। ଉତ୍ତର–ପଶ୍ଚିମ ଭାରତରେ ଗ୍ରୀଷ୍ମ ଆରମ୍ଭ ହୋଇଥିବା ବେଳେ ଦିନକୁ ତାପମାତ୍ରା ବଢ଼ୁଛି। ଘଣ୍ଟା ପ୍ରତି ୩୦ରୁ ୩୫ କିଲୋମିଟର ବେଗରେ ଗରମ ପବନ ବହିପାରେ ବୋଲି ପୂର୍ବାନୁମାନ ରହିଛି। ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ଓ କେତେକ ସ୍ଥାନରେ ତୁଷାରପାତ ସମ୍ଭାବନା ରହିଛି।

୪ ଓ ୬ ମାର୍ଚ୍ଚ ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳରେ ୨ଟି ପଶ୍ଚିମୀ ଝଡ଼ ସକ୍ରିୟ ହେବାର ସୂଚନା ମିଳିଛି। ଏହାର ପ୍ରଭାବରେ ୪ରୁ ୮ ମାର୍ଚ୍ଚ ମଧ୍ୟରେ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ବର୍ଷା ସହ ତୁଷାରପାତ ହେବ। ଏହାସହ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରରେ ଆସନ୍ତା ୫ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ସାଧାରଣଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିପାରେ, ଯାହା ହିଟ୍‌ୱେଭ୍ ପରିସ୍ଥିତିକୁ ତୀବ୍ର କରିପାରେ।

Leave A Reply

Your email address will not be published.