ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

0

ନ୍ୟୁଜ୍ ବ୍ୟୁରୋ: ହାଇଦ୍ରାବାଦ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଶ୍ରମିକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡହଗାଁ ପଞ୍ଚାୟତ ସର୍ଗିଗୁଡା ଡଙ୍ଗରୀପଡାର ଜଗମୋହନ ମାଝୀଙ୍କ ପୁଅ ଦୁଲ୍ଲଭ ମାଝୀ। ଗୁରୁତର ଶ୍ରମିକ ଜଣକ ହେଲେ ସେହି ଗ୍ରାମର ଚନ୍ଦ୍ରଶେଖର ମାଝୀ।

ଦୁଲ୍ଲଭ ଏବଂ ଚନ୍ଦ୍ରଶେଖର ୩ରୁ ୪ ମାସ ତଳେ ଗାଁର କିଛି ଯୁବକଙ୍କ ସହିତ ହାଇଦ୍ରାବାଦ ସହର ପଟାନଚେରୁର ନନ୍ଦିଗାଁଓକୁ କାମ କରିବାକୁ ଯାଇଥିଲେ। ସେଠାରେ ସେମାନେ ଏକ ଘରୋଇ ସଂସ୍ଥା ଜରିଆରେ ବିଲ୍ଡିଂ କାମରେ ନିୟୋଜିତ ହୋଇଥିଲେ। ଶୁକ୍ରବାର ସକାଳେ କାମରେ ନିୟୋଜିତ ଥିବା ବେଳେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦୁଲ୍ଲଭଙ୍କ ମୃତ୍ୟୁ ଘଟିଥିଲା। ଏପଟେ ବିଲ୍ଡିଂରୁ ଖସିପଡି ଚନ୍ଦ୍ରଶେଖର ଗୁରୁତର ଆହତ ହୋଇଥିଲେ। ଚନ୍ଦ୍ରଶେଖର ସ୍ଥାନୀୟ ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଠିକାଦାର ମୃତକ ଦୁଲ୍ଲଭର ମୃତଦେହକୁ ଏକ ଆମ୍ବୁଲାନ୍ସରେ ଭିଟାମାଟିକୁ ପଠାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.