ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ

0

କୋରାପୁଟ: କୋଲାବ ଜଳଭଣ୍ଡାରରେ ଗାଧୋଇବା ବେଳେ ବୁଡ଼ି ଗଲେ ତିନି ଦଶମ ଶ୍ରେଣୀ ଛାତ୍ର। ଆଜି କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜବାହର ନବୋଦୟ ବିଦ୍ୟାଳୟର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ବିୟୋଗ ଘଟିଛି। ମୃତକ ତିନି ଜଣ ହେଲେ ଓମ୍ ପ୍ରକାଶ, ଲିଙ୍ଗରାଜ ଏବଂ ସ୍ୱସ୍ତିକ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଦଶମ ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରାବାସରେ ରହୁଥିବା ଏହି ତିନି ଜଣ ଛାତ୍ର ଘରକୁ ଯିବା ପାଇଁ ଅଭିଭାବକଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ । ଏହି ସମୟରେ ସେମାନେ ବିଦ୍ୟାଳୟ ପାଚେରୀ ପାଖେରେ ଥିବା କୋଲାବ ଜଳଭଣ୍ଡାରକୁ ଯାଇ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ଅସାବଧାନତା ବଶତଃ ସେମାନେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ବାସିନ୍ଦାମାନେ ଏହା ଦେଖି ତୁରନ୍ତ ତିନି ଛାତ୍ରଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.