ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଗିରଫ

0

କାମାକ୍ଷାନଗର: କାମାକ୍ଷାନଗରର କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଗା ସହ ଅନ୍ୟ ତିନି ଜଣ ମଧ୍ୟ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି କାମାକ୍ଷାନଗରର ଥାନା ଅନ୍ତର୍ଗତ ସାନଇନ୍ଦିପୁର ଗ୍ରାମର ଚନ୍ଦନ କୁମାର ନାୟକ, ସାନ୍ତରାପୁର ଗ୍ରାମର ମଦନ ମୋହନ ପାତ୍ର ଏବଂ ପରଜଙ୍ଗ ଥାନା କୁସୁମି ଗ୍ରାମର ରସାନନ୍ଦ ନାୟକ।

ପୋଲିସ ଏକ କାର, ତିନୋଟି ମୋବାଇଲ୍ ଫୋନ୍, ରକ୍ତ ଲାଗିଥିବା ପୋଷାକ ଏବଂ ନାବାଳିକାଙ୍କ କଲେଜ ବ୍ୟାଗ୍ ମଧ୍ୟ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପାତ୍ର ଓରଫ ଜଗା ନାବାଳିକାଙ୍କ ସହ ପୂର୍ବରୁ ପରିଚିତ ଥିଲେ। ମୁଖ୍ୟ ଅଭିଯୁକ୍ତ ଜଗାକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। କାମାକ୍ଷାନଗର ଏସଡିପିଓଙ୍କ ଅଫିସ ଠାରେ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକର ପ୍ରେସମିଟ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ କାମାକ୍ଷାନଗର ଥାନା ଅନ୍ତର୍ଗତ ଏକ ଗାଁର। ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ।

ସୂଚନା ଅନୁଯାୟୀ, ୧୮ ତାରିଖ ଦିନ ନାବାଳିକା ଛାତ୍ରୀ ଜଣଙ୍କ ପରୀକ୍ଷା ଦେବାକୁ କଲେଜ ଯାଇଥିଲେ କିନ୍ତୁ ଘରକୁ ଫେରି ନଥିଲେ। ୧୯ ତାରିଖ ଦିନ କାମାକ୍ଷାନଗର ସୀମା ଅନ୍ତର୍ଗତ ସାରୁଆଲି ଗାଁ ନିକଟ ଜଙ୍ଗଲରେ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ଏନେଇ ପୋଲିସର ତଦନ୍ତ କରିଥିଲା। ତେବେ ତଦନ୍ତରୁ ଜଣାପଡ଼ିଥିଲା ଯେ, କାମାକ୍ଷାନଗର ଜଗନ୍ନାଥ ବଜାରରୁ ଅଭିଯୁକ୍ତ ଜଗା, ନାବାଳିକା ଛାତ୍ରୀଙ୍କୁ କାରରେ ବସାଇ ଭାୟା ଜିରିଡାମାଳି ଦେଇ କେନାଲ ରାସ୍ତାରେ ନେଇ ପଲ୍ଲୀ ଗ୍ରାମ ଆଡକୁ ଯାଇଥିଲା। ପଲ୍ଲୀ ଗ୍ରାମ ରାସ୍ତା କଡ଼ରେ ଥିବା ନିଛାଟିଆ ଜାଗାରେ ଗାଡି ରଖି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ଛାତ୍ରୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଅଭିଯୁକ୍ତ ଜଗାକୁ ତାଙ୍କ ମାମୁ ପୁଅ ଭାଇ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସହଯୋଗ କରିଥିଲେ।

Leave A Reply

Your email address will not be published.