ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଉ ଖୋଲିବନି ନୂଆ ମଦ ଦୋକାନ : ଅବକାରୀ ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ନୂଆ ଅବକାରୀ ନୀତି ଘୋଷଣା, ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ। ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୯ ପାଇଁ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଛି। ଏହି ନୂଆ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଥିବା ସହ ଅବକାରୀ ଶୁଳ୍କ ଉପରେ ୫ ପ୍ରତିଶତ ‘ଡି-ଆଡିକ୍ସନ ସେସ୍’ ଲାଗୁ କରାଯାଇଛି।

ରାଜ୍ୟରେ ନୂତନ OFF ଓ CL ଲାଇସେନ୍ସ ଦୋକାନ ଖୋଲିବାକୁ ଆଉ ଅନୁମତି ମିଳିବନି। ବିଶେଷକରି ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଉପରେ ପୂରା ନିଷେଧ। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବନି।

ବିଭିନ୍ନ ଅବକାରୀ ଲାଇସେନ୍ସ ଆବେଦନ ଶୁଳ୍କ ୧୦% ବଢ଼ିବ ଲାଇସେନ୍ସ ଫି ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ହେବ। ଆଇଏମଏଫଏଲ୍ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି କରାଯାଇଛି ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନକୁ ସିସିଟିଭି ନିରୀକ୍ଷଣ ଅଧୀନରେ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ନୀତି ମାଧ୍ୟମରେ ମଦ ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ସମାଜରେ ସଚେତନତା ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.