ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ମହିଳାଙ୍କ ପାଇଁ ମୋଦୀଙ୍କ ୧୦ ଗ୍ୟାରେଣ୍ଟି

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ରାଜନୈତିକ ଗତିବିଧି ତୀବ୍ର ହୋଇଯାଇଛି।ଚଳିତମାସ ୨୯ରେ ଅବଶିଷ୍ଟ ୧୪୨ଟି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷ୍ଣନଗରରେ ଆୟୋଜିତ ଏକ ବିଶାଳ ସଭାରେ ମହିଳାଙ୍କ ବିକାଶ ନିମନ୍ତେ ୧୦ଟି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି।

ବିଜେପି ସରକାର ଗଠନ ହେଲେ ମହିଳାଙ୍କ ବିରୋଧରେ ଅପରାଧ କରୁଥିବା ଦୁଷ୍କର୍ମୀଙ୍କୁ କଠୋର ଦଣ୍ଡ ଦିଆଯିବ। ପ୍ରତ୍ୟେକ ବ୍ଲକ୍‌ରେ ମହିଳା ଥାନା ସ୍ଥାପନ କରାଯିବା ସହ ପୁଲିସ ବିଭାଗରେ ମହିଳାଙ୍କ ନିଯୁକ୍ତି ସୁଯୋଗ ବଢ଼ାଯିବ। ସେ କହିଛନ୍ତି ଯେ, ସରକାର ଗଠନର ଏକ ବର୍ଷ ମଧ୍ୟରେ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଖାତାକୁ ୩୬ ହଜାର ଟଙ୍କା ପ୍ରଦାନ କରାଯିବ। ବାଳିକାଙ୍କ ଶିକ୍ଷା ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବା ସହ ଗର୍ଭବତୀ ମହିଳାଙ୍କୁ ୨୧ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ। ନବଜାତ ଶିଶୁର ଯତ୍ନ ପାଇଁ ଅତିରିକ୍ତ ୩୬ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ।

ଏହାସହ ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ ଯୁବତୀଙ୍କ ଭବିଷ୍ୟତ ସୁରକ୍ଷିତ କରାଯିବ। ମୁଦ୍ରା ଯୋଜନାରେ ଆତ୍ମନିର୍ଭରତା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ମିଳିବ। ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା ଦିଆଯିବାକୁ କୁହାଯାଇଛି। ଏହାସହ ପିଏମ ଆବାସ ଯୋଜନା ଅଧୀନରେ ଗରିବ ପରିବାରକୁ ଘର ଯୋଗାଇ ଦିଆଯିବ ଏବଂ ସେହି ଘର ମହିଳାଙ୍କ ନାମରେ ପଞ୍ଜିକୃତ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମୋଦୀ ରାଜ୍ୟବାସୀଙ୍କୁ ୬ଟି ଗ୍ୟାରେଣ୍ଟି ଦେଇଥିଲେ। ଏବେ ମହିଳାମୁଖୀ ୧୦ ଗ୍ୟାରେଣ୍ଟି ଘୋଷଣା ସହ ବଙ୍ଗ ରାଜନୀତି ଆହୁରି ଗରମ ହୋଇଯାଇଛି।

Leave A Reply

Your email address will not be published.