ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ନୀତି ଆୟୋଗର ଉପାଧ୍ୟକ୍ଷ ହେଲେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀ

0

ନୂଆ ଦିଲ୍ଲୀ: ନୀତି ଆୟୋଗରେ ବଡ଼ ପରିବର୍ତ୍ତନ ଘଟିଛି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀଙ୍କୁ ନୀତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ଉପାଧ୍ୟକ୍ଷ ସୁମନ କେ. ବେରୀଙ୍କ ସ୍ଥାନ ଗ୍ରହଣ କରିବେ। ଏହା ସହିତ ସରକାର ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମଧ୍ୟ କରିଛନ୍ତି। ରାଜୀବ ଗୌବା, କେ. ଭି. ରାଜୁ, ଗୋବର୍ଦ୍ଧନ ଦାସ, ଏମ୍. ଶ୍ରୀନିବାସ ଏବଂ ଅଭୟ କରାଣ୍ଡିକରଙ୍କୁ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

ଶ୍ରୀ ଲାହିରୀ ଜଣେ ଅଭିଜ୍ଞ ନୀତିନିର୍ମାତା ଭାବେ ପରିଚିତ। ସେ ପୂର୍ବରୁ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (Chief Economic Adviser) ଭାବେ କାର୍ଯ୍ୟ କରିଥିଲେ ଏବଂ ୧୫ତମ ଅର୍ଥ କମିଶନର ସଦସ୍ୟ ମଧ୍ୟ ଥିଲେ।ତାଙ୍କର ଆନ୍ତର୍ଜାତୀୟ ଅନୁଭବ ମଧ୍ୟ ବହୁତ ସମୃଦ୍ଧ। ସେ ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ସେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ, ଏସୀୟ ବିକାଶ ବ୍ୟାଙ୍କ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସି ସହିତ ମଧ୍ୟ ଜଡିତ ରହିଛନ୍ତି।
ନୀତି ଆୟୋଗର ନୂଆ ନେତୃତ୍ୱ ଭାବେ ଲାହିରୀଙ୍କ ନିଯୁକ୍ତିକୁ ଦେଶର ଅର୍ଥନୀତିକ ନୀତି ଓ ପରିକଳ୍ପନାରେ ନୂଆ ଦିଗ ଦେବା ଭାବେ ଦେଖାଯାଉଛି।

Leave A Reply

Your email address will not be published.