ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଉପରେ କଟୁ ଆକ୍ରମଣ କରିଛନ୍ତି। ଭବାନୀପୁର ନିର୍ବାଚନମଣ୍ଡଳୀରେ ଚାଲିଥିବା ରାଜନୈତିକ ପ୍ରତିଯୋଗିତାକୁ ଉଲ୍ଲେଖ କରି ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ମମତା ବାନାର୍ଜୀ ଓ ଫିରହାଦ ହାକିମ ଏଠାରେ ଆଗରେ ଥିଲେ, କିନ୍ତୁ ଏଥର ପରିସ୍ଥିତି ବଦଳିବ। “ଏଥର ଟିଏମସି ସମ୍ପୂର୍ଣ୍ଣ ସଫା ହୋଇଯିବ,” ବୋଲି ସେ ଦାବି କରିଛନ୍ତି। ସେ ମମତା ବାନାର୍ଜୀଙ୍କ ରାଜନୀତିକୁ ନିଶାନା କରି କହିଛନ୍ତି ଯେ ତୁଷ୍ଟିକରଣ ନୀତି ଦ୍ୱାରା ସମାଜରେ ବିଭାଜନ ସୃଷ୍ଟି ହେଉଛି।

ଏପଟେ, ରାଜ୍ୟରେ ୧୫୨ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ଗୁରୁବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମାପ୍ତ ହୋଇଛି। ଏଥିରେ ୯୧.୯୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି, ଯାହା ଉଚ୍ଚ ମତଦାନ ହାରକୁ ପ୍ରଦର୍ଶନ କରୁଛି। ଅବଶିଷ୍ଟ ୧୪୨ଟି ନିର୍ବାଚନମଣ୍ଡଳୀ ପାଇଁ ମେ ୨୯ରେ ମତଦାନ ହେବାକୁ ଥିବା ବେଳେ, ମେ ୪ରେ ଭୋଟ ଗଣନା ହେବ। ଏହାକୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ଦିନକୁ ଦିନ ବଢ଼ୁଛି।

Leave A Reply

Your email address will not be published.