ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିରିୟାନି ପରେ ତରଭୁଜ ଖାଇ ଗୋଟିଏ ପରିବାରର ୪ ମୃତ

0

ମୁମ୍ବାଇ: ମୁମ୍ବାଇର ପାଇଧୁନି ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡୋକାଡିଆ ପରିବାରର ଚାରିଜଣଙ୍କ ଅସମୟରେ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ପକାଇଛି। ପରିବାର ସଦସ୍ୟମାନେ ଗତ ରାତିରେ ବିରିୟାନି ଖାଇଥିଲେ ଏବଂ ପରେ ତରଭୁଜ ସେବନ କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ଚିକିତ୍ସା ସମୟରେ ଚାରିଜଣଙ୍କୁ ବଞ୍ଚାଇ ପାରାଯାଇନଥିଲା।

ମୃତକମାନେ ହେଲେ ଅବଦୁଲ୍ଲା ଡୋକାଡିଆ (୪୦), ତାଙ୍କ ସ୍ତ୍ରୀ ନସରିନ ଡୋକାଡିଆ (୩୫), ଝିଅ ଆୟେଶା (୧୬) ଓ ଜୈନବ (୧୩)। ଏକେ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଖାଦ୍ୟ ବିଷାକ୍ତତା ସନ୍ଦେହ କରାଯାଉଛି। ତଥାପି, ବିରିୟାନି କିମ୍ବା ତରଭୁଜରେ ବିଷ ଥିଲା କି, ନା ଦୁଇଟି ଏକାଠି ଖାଇବାରୁ କୌଣସି ପ୍ରତିକ୍ରିୟା ଘଟିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖାଦ୍ୟ ନମୁନା ଓ ତରଭୁଜକୁ ଜବତ କରି ପରୀକ୍ଷା ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ସମ୍ପନ୍ନ ହୋଇଥିବାବେଳେ, ହିଷ୍ଟୋପାଥୋଲୋଜି ରିପୋର୍ଟ ପରେ ମୃତ୍ୟୁର ମୂଳ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Leave A Reply

Your email address will not be published.