ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ

0

କଟକ: କଟକର ବାରବାରୀ ଷ୍ଟାଡିୟମ ସମେତ ଦେଶର ୬ଟି ପ୍ରମୁଖ କ୍ରିକେଟ୍‌ ଷ୍ଟାଡିୟମକୁ ଭୂତଳ ଜଳର ଅପବ୍ୟବହାର ଅଭିଯୋଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ନୋଟିସ୍‌ ଜାରି କରିଛି। ବିନା ଆବଶ୍ୟକ ଏନଓସି ପିଚ୍‌ ଓ ଗ୍ରାଉଣ୍ଡ୍‌ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଏହି କାର୍ଯ୍ୟବାହୀ ହୋଇଛି।

ଏନଜିଟି ଗତ ୧୬ ତାରିଖରେ ଏହି ନୋଟିସ୍‌ ଜାରି କରିଥିବା ବେଳେ, କାହିଁକି ସେମାନଙ୍କ ସମସ୍ତ କାର୍ଯ୍ୟକଳାପ ବନ୍ଦ କରାଯିବ ନାହିଁ, ତାହାର ସ୍ପଷ୍ଟୀକରଣ ଦେବାକୁ କହିଛି। ବାରବାଟୀ ବ୍ୟତୀତ ନୋଟିସ୍‌ ପାଇଥିବା ଅନ୍ୟ ଷ୍ଟାଡିୟମଗୁଡ଼ିକ ହେଲେ ଅରୁଣ ଜେଟଲି ଷ୍ଟାଡିୟମ୍, ରାୟପୁରର ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍, ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ୍ ଷ୍ଟାଡିୟମ୍ ଓ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍।

ଏହି ଷ୍ଟାଡିୟମଗୁଡ଼ିକ ପିଚ୍‌ ଓ ଗ୍ରାଉଣ୍ଡ୍‌ ରକ୍ଷଣାବେକ୍ଷଣ ପାଇଁ ମନମତୋ ଭାବେ ଭୂତଳ ଜଳ ବ୍ୟବହାର କରୁଛନ୍ତି ଓ ପୁନଃଚକ୍ରୀକୃତ ଜଳ ବା ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରୁନାହାନ୍ତି। ଏହା ଫଳରେ ପାନୀୟ ଜଳ ଉପଲବ୍ଧତା ଗୁରୁତର ଭାବେ ପ୍ରଭାବିତ ହେଉଛି ବୋଲି ଅଭିଯୋଗରେ କୁହାଯାଇଛି।

ଅଧିକ ଚିନ୍ତାଜନକ କଥା ହେଉଛି, ଦେଶର ୨୬ଟି ଷ୍ଟାଡିୟମ୍‌ ମଧ୍ୟରୁ ୨୪ଟିରେ ବୋରୱେଲ୍‌ ଥିବା ସତ୍ତ୍ୱେ କେବଳ ୪ଟି ଷ୍ଟାଡିୟମରେ ଆବଶ୍ୟକ ଅନୁମତି ରହିଛି। ବାକି ସବୁଠି ଅନୁମତି ବିନା ଭୂତଳ ଜଳ ବ୍ୟବହାର ହେଉଥିବା ଆବେଦନରେ ଉଲ୍ଲେଖ ରହିଛି। ଏହି ପରିସ୍ଥିତିରେ, ଏନଜିଟି ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ଶୀଘ୍ର ଜବାବ ଦେବାକୁ କହିଥିବା ବେଳେ, ଆଗାମୀ ଦିନରେ କଣ କାର୍ଯ୍ୟବାହୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.