ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

କର୍ଣ୍ଣାଟକ ଓ ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

0

୯,୪୦୦ କୋଟିର ପ୍ରକଳ୍ପର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକ ଓ ତେଲେଙ୍ଗାନା ଗସ୍ତ କରିବେ। ଏହି ଅବସରରେ ସେ ପ୍ରାୟ ୯,୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।
ପ୍ରଥମେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର ୪୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ନୂତନ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିବା ସହ ସାମାଜିକ ସେବା ଓ ପରିବେଶ ସୁରକ୍ଷା ସମ୍ପର୍କିତ ଅନେକ ପଦକ୍ଷେପର ଆରମ୍ଭ କରିବେ। ପରେ ସେ ହାଇଦ୍ରାବାଦରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ସଡ଼କ, ରେଳ, ଶିଳ୍ପ, ବସ୍ତ୍ର ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଅନେକ ପ୍ରକଳ୍ପ ଦେଶକୁ ସମର୍ପଣ କରିବେ। ଏଥିରେ ଜାତୀୟ ରାଜପଥ ବିକାଶ, ଔଦ୍ୟୋଗିକ କରିଡୋର, ପିଏମ୍ ମିତ୍ର ଟେକ୍ସଟାଇଲ୍ ପାର୍କ, ରେଳ ପ୍ରକଳ୍ପ ଓ ଇଣ୍ଡିଆନ୍ ଅଏଲର ମାଲକାପୁର ଟର୍ମିନାଲ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି।

ସେହିପରି ହାଇଦ୍ରାବାଦରେ ଏକ ଆଧୁନିକ କ୍ୟାନ୍ସର ହସ୍ପିଟାଲ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ତେଲେଙ୍ଗାନାର ବିକାଶ ସହ ଦେଶର ଅର୍ଥନୈତିକ ଓ ପାଇପାଇଁ ଭିତ୍ତିଭୂମିକୁ ଆହୁରି ମଜବୁତ କରିବ।

Leave A Reply

Your email address will not be published.