ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ମାମଲା: ଶାର୍ପ ସୁଟର ସହ ୩ ଗିରଫ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ମାମଲାରେ ପଶ୍ଚିମବଙ୍ଗ ଏସଟିଏଫ ବିହାରର ବକ୍ସରରୁ ତିନିଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ କୁଖ୍ୟାତ ଶାର୍ପ ସୁଟର ବିଶାଲ ଶ୍ରୀବାସ୍ତବ ମଧ୍ୟ ରହିଛନ୍ତି। ଅନ୍ୟ ଦୁଇଜଣ ହେଲେ ମୟଙ୍କ ମିଶ୍ର ଏବଂ ଭିକି ମୌର୍ଯ୍ୟ।

ବିହାର ପୁଲିସ ସୂଚନା ଅନୁସାରେ, ପଶ୍ଚିମବଙ୍ଗ ପୁଲିସର ଏକ ବିଶେଷ ଟିମ୍ ବକ୍ସରରେ ଚଢାଉ କରି ଏହି ସନ୍ଦିଗ୍ଧମାନଙ୍କୁ ଧରିଥିଲା। ପରେ ସେମାନଙ୍କୁ ପଚରାଉଚରା ପାଇଁ ପଶ୍ଚିମବଙ୍ଗକୁ ନିଆଯାଇଛି। ବିଶାଲଙ୍କ ବିରୋଧରେ ହତ୍ୟା ଓ ଡକାୟତି ସମେତ ୨୨ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି। ତଦନ୍ତ ସମୟରେ କଲକାତା ନିକଟର ଏକ ଟୋଲ୍‌ ବୁଥରେ ହୋଇଥିବା ୟୁପିଆଇ ପେମେଣ୍ଟକୁ ଟ୍ରାକ୍ କରି ପୁଲିସ ଅଭିଯୁକ୍ତମାନଙ୍କ ନିକଟକୁ ପହଞ୍ଚିଥିଲା।

୬ ମେ ରାତିରେ ମଧ୍ୟମଗ୍ରାମରେ ଘରକୁ ଫେରୁଥିବାବେଳେ ଚନ୍ଦ୍ରନାଥ ରଥଙ୍କୁ ତାଙ୍କ ଏସୟୁଭି ଭିତରେ ଅତି ନିକଟରୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ତାଙ୍କ ଡ୍ରାଇଭର ବୁଦ୍ଧଦେବ ବେରା ମଧ୍ୟ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.